ଯାଜପୁର : ଉଦ୍ଧାର ହେଲା ନିଖୋଜ ବୃଦ୍ଧଙ୍କ ମୃତଦେହ । ଯାଜପୁର ଦଶରଥପୁର ବ୍ଲକ ସୁନ୍ଦରେଇମୁହଁ ବୈତରଣୀ ନଦୀ ବନ୍ୟାଜଳରେ ବୁଡି ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବାମଦେବପୁର ମାଝୀ ସାହିର ବିଦ୍ୟାଧର ଦାସ । ଗତକାଲି ଗାଧୋଇବାକୁ ଯାଇ ନିଖୋଜ ଥିଲେ ବିଦ୍ୟାଧର । ଗତକାଲି ଯାଜପୁର ଅଗ୍ନିଶମ ବିଭାଗ ଦୀର୍ଘ ସମୟ ଧରି ଖୋଜିବା ପରେ ମଧ୍ୟ ବିଦ୍ୟାଧରଙ୍କ କୌଣସି ପତ୍ତା ମିଳି ନଥିଲା । ଆଜି ବନ୍ୟାପାଣି କମିବା ପରେ ସ୍ଥାନୀୟ ଲୋକ ଜାଲ ଯୋଗେ ବିଦ୍ୟାଧରଙ୍କ ମୃତଦେହ ଉଦ୍ଧାର କରିଥିଲେ । ପୋଲିସ ଏକ ଅପମୃତ୍ୟ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।
Views: 11