The Ultimate Managed Hosting Platform
ADVERTISEMENT

ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ ଘନ କୁହୁଡି

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଓ କୁହୁଡ଼ି ଜାରି ରହିଛି । ଘନ କୁହୁଡି ଓ ଥଣ୍ଡା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । କୁହୁଡି ଯୋଗୁଁ ଭିଜିବିଲିଟି ଜିରୋ ରହିଛି । ଏଥିପାଇଁ ଶହ ଶହ ବିମାନ ଏବଂ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ଘନ କୁହୁଡ଼ି ଦିଲ୍ଲୀ ସମେତ ଏକାଧିକ ରାଜ୍ୟକୁ ଘେରି ରହିଥିବା ବେଳେ ଥଣ୍ଡା ଯୋଗୁଁ ଦୃଶ୍ୟମାନ ହ୍ରାସ ପାଇଛି । ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନ ଓ ଟ୍ରେନ୍ ସେବାକୁ ବାତିଲ କରାଯାଇଛି । ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ରନୱେ ଦୃଶ୍ୟ ଶୂନ୍ୟ ଥିବାରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ଚଳାଚଳ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା । ଫଳରେ ୨୫୦ରୁ ଅଧିକ ବିମାନ ବିଳମ୍ବ ହୋଇଥିଲା ଏବଂ ପ୍ରାୟ ୪୦ଟି ବିମାନ ବାତିଲ କରାଯାଇଛି । ଘନ କୁହୁଡି ଯୋଗୁ ବିମାନ ବନ୍ଦରରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ବିମାନ ଉଡ଼ାଣ ସୂଚନା ପାଇଁ ଯାତ୍ରୀମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login