ଭୁବନେଶ୍ୱର : ଉତ୍କଳ ବିଲଡର୍ସ ଉପରେ ଆୟକର ଚଢାଉ । ଆୟକର ପାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ ।ବିଲଡର୍ସର ଏକାଧିକ ସ୍ଥାନରେ ରେଡ । ଚଢାଉରେ ଆୟକର ବିଭାଗର ୧୮ଟି ସାମିଲ । ଯେଉଁଥିରେ ଅଛନ୍ତି ୧୨୦ ଅଫିସର । ମହର୍ଷି କଲେଜ ରୋଡ ସ୍ଥିତ କାର୍ୟ୍ୟାଳୟରେ ଚାଲିଛି ରେଡ୍ । ଉତ୍କଳ ବିଲଡରର ଅଫିସ ଆକାଉଣ୍ଟାଣ୍ଡ ପ୍ରସନ୍ନ କୁମାର ବେହେରାଙ୍କୁ ଅଟକ ରଖି ଝାଳବୁହା ଜେରା କରୁଛି ସ୍ୱତନ୍ତ୍ର ଟିମ । ଏହାସହିତ ଉତ୍କଳ ବିଲଡରର ପାର୍ଟନର ପ୍ରକାଶ ଭୁରାଙ୍କୁ ବି ଟିକସ ଫାଙ୍କିଥିବା ନେଇ ପଚରା ଉଚରା ଚାଲିଛି । ସକାଳ ସମୟରୁ ମୋଟ ୧୩ଟି ସ୍ଥାନରେ ଅତର୍କିତ ରେଡ କରୁଛି ଆଇଟି ଟିମ । ବସ୍ତା ବସ୍ତା କାଗଜ ସହ ଜରୁରୀକାଳୀନ ଦସ୍ତାବିଜ ପାଇଛି ଆଇଟି ଟିମ ।
Views: 47











