ନୂଆଦିଲ୍ଲୀ : ଯୁଦ୍ଧ ଘନଘଟା ଭିତରେ ଆଜି ଇସ୍ରାଏଲ ଯିବେ ସୁନକ । ବ୍ରିଟେନ ପ୍ରଧାନମନ୍ତ୍ରୀ ରିଷି ସୁନକ ଆଜି ଇସ୍ରାଏଲ ଯିବେ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କୁ ଭେଟିବେ ସୁନକ । ନେତନ୍ୟାହୁଙ୍କ ସହ ରାଷ୍ଟ୍ରପତି ଆଇଜାକ ହେରଜଗଙ୍କୁ ମଧ୍ୟ ଭେଟିବେ । ଏହି ଅବସରରେ ସୁନକ୍ କହିଛନ୍ତି ଆମେ ବନ୍ଧୁ ଭାବେ ସାହାଯ୍ୟ କରିବୁ । ଗାଜାରେ ଯେତେ ଶୀଘ୍ର ମାନବୀୟ ସହାୟତା ଏବଂ ସେଠାରେ ଫସିଥିବା ବ୍ରିଟେନ୍ ନାଗରିକଙ୍କୁ ସୁରକ୍ଷିତ ନିଜ ଦେଶକୁ ଆଣିବା ଉପରେ ମଧ୍ୟ ଗୁରୁତ୍ବ ଦେବେ । ଅନ୍ୟପକ୍ଷରେ ଇସ୍ରାଏଲ-ଗାଜା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ୟୁକେର ବୈଦେଶିକ ସଚିବ ଇଜିପ୍ଟ, ତୁର୍କୀ ଓ କାତାରର ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ।ଅନ୍ୟପଟେ ଆଜି ଟେଲ-ଆଭିଭରେ ପହଞ୍ଚିଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ଇସ୍ରାଏଲକୁ ସମର୍ଥନ ଘୋଷଣା କରିବା ସହ ଗାଜାର ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣ ଇସ୍ରାଏଲ ସେନା ନୁହେଁ ବରଂ ଅନ୍ୟ ଗୋଷ୍ଠୀ ଦ୍ବାରା ହୋଇଥିବା ବାଇଡେନ କହିଛନ୍ତି । ଗାଜା ହସ୍ପିଟାଲ ଆକ୍ରମଣରେ ବାଇଡେନ ଶୋକ ମଧ୍ୟ ପ୍ରକାଶ କରିଛନ୍ତି ।
ଇସ୍ରାଏଲ ଯିବେ ସୁନକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











