ନୂଆଦିଲ୍ଲୀ : ଇସ୍ରାଏଲ ଗସ୍ତରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ । ଇସ୍ରାଏଲକୁ ସମର୍ଥନ ଜଣାଇ ଗସ୍ତ କଲେ ବାଇଡେନ । ଇସ୍ରାଏଲର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ । ତେବେ ଜୋର୍ଡାନ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କଲେ ବାଇଡେନ । ଗାଜା ହସ୍ପିଟାଲ ବିସ୍ଫୋରଣ ପାଇଂ ଜୋର୍ଡାନ ଗସ୍ତ ବାତିଲ କଲେ । ଗାଜାରେ ମାନବୀୟ ଅଧିକାର ଯେପରି କ୍ଷୁର୍ଣ୍ଣ ନହୁଏ ସେଥିପାଇଁ ଇସ୍ରାଏଲ ଉପରେ ଚାପ ପକାଇବେ ବାଇଡେନ। ହାମାସ ଦ୍ବାରା ବନ୍ଧକ ଥିବା ପଣବନ୍ଦୀଙ୍କ ମୁକ୍ତି ପାଇଁ କରିବେ ଉଦ୍ୟମ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗାଜା ଇସ୍ରାଏଲର ଏକ ହସପିଟାଲରେ ଆକ୍ରମଣ କରିଛି । ଫଳରେ ୫୦୦ ଲୋଙ୍କର ମୃତ୍ୟୁ ହୋଇଛି । ବିବାଦ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଆମେରିକା ସର୍ବଦା ପ୍ରାଥମିକତା ଦେଇଥାଏ । ତେଣୁ କେଉଁ ପରିସ୍ଥିତିରେ ଏଭଳି ବିସ୍ଫୋରଣ ହୋଇଛି ସେ ନେଇ ତଥ୍ୟ ସଂଗ୍ରହ କରିବାକୁ ଜୋ ବାଇଡେନ୍ ନିର୍ଦ୍ଦେଶ ଦେଇଛନ୍ତି ।
Views: 63