ଲେବାନନ: ମଧ୍ୟପ୍ରାଚ୍ୟରେ କାୟା ମେଲାଉଛି ଯୁଦ୍ଧ ଘନଘଟା। ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ । ଆଉ ଏହାର ଜବାବ ଇସ୍ରାଏଲ ଉପରେ ୩ ଶହରୁ ଅଧିକ ରକେଟ୍ ମାଡ଼ କରି ଦେଇଛି ହେଜବୁଲ୍ଲା । ହେଜବୁଲ୍ଲା ହେଉଛି ଲେବାନନର ଏକ ଆତଙ୍କବାଦୀ ସଂଗଠନ । ଇସ୍ରାଏଲର ସେନା ଶିବିରକୁ ଟାର୍ଗେଟ କରି ଏହି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । କିଛିଦିନ ତଳେ ଇରାନରେ ଆତ୍ମଗୋପନ କରିଥିବା ହମାସର ମିଲିଟାରୀ ମୁଖ୍ୟକୁ ହତ୍ୟା କରାଯାଇଥିଲା । ଏଥିରେ ଇସ୍ରାଏଲର ହାତ ଥିବା ଅଭିଯୋଗ କରି ପ୍ରତିଶୋଧ ନେବାକୁ ଖୋଲାଖୋଲି ଘୋଷଣା କରିଥିଲେ ଇରାନ ଓ ହେଜବୁଲ୍ଲା । ସେମାନେ ଆକ୍ରମଣ କରିବା ଆଗରୁ ହିଁ ଲେବାନନରେ ଥିବା ହେଜବୁଲ୍ଲା ସଂଗଠନ ଉପରେ ବୋମା ପକାଇଥିଲା ଇସ୍ରାଏଲ । ଆଉ ଏହି ଆକ୍ରମଣକୁ ନେଇ ଇସ୍ରାଏଲ କହିଛି, ନିଜ ସୁରକ୍ଷା ଦୃଷ୍ଟିରୁ ଏହି ଆକ୍ରମଣ କରାଯାଇଛି । ବାହ୍ୟ ଆକ୍ରମଣକୁ ପ୍ରତିହତ କରିବାକୁ ନିଜ ସୀମାରେ ଇସ୍ରାଏଲ ଯୁଦ୍ଧ ବିମାନ ମଧ୍ୟ ମୁତୟନ କରିଛି । ଏହାସହ ଦେଶରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି ।
Views: 93











