ନୂଆଦିଲ୍ଲୀ : ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଧାନମନ୍ତ୍ରୀ ଏବଂ ଲିବରାଲ ପାର୍ଟିର ନେତା ପଦରୁ ଇସ୍ତଫା ଦେଇଛନ୍ତି ଜଷ୍ଟିନ ଟ୍ରୁଡୋ । ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।
ଟ୍ରୁଡ଼ୋ କହିଛନ୍ତି, ଜଣେ ନୂଆ ଲିବରାଲ୍ ପାର୍ଟି ନେତା ମନୋନୀତ ହେବା ପର୍ୟ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ବରେ ରହିବେ । ୨୦୧୩ ମସିହାରୁ ଲିବରାଲ ପାର୍ଟିର ଦାୟିତ୍ୱ ସମ୍ଭାଳୁଛନ୍ତି ଜଷ୍ଟିନ ଟ୍ରୁଡୋ । ସେ ସମୟରେ ଦଳ ଦୁର୍ବଳ ସ୍ଥିତିରେ ଥିଲା। ଟ୍ରୁଡୋଙ୍କ ନେତୃତ୍ୱରେ ଦଳ ୨୦୧୫ରେ କ୍ଷମତାକୁ ଆସିଥିଲା । ୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ପଦରେ ଥିଲେ ଜଷ୍ଟିନ ଟ୍ରୁଡୋ । ଆଗକୁ ଅକ୍ଟୋବର ମାସରେ ନିର୍ବାଚନ ରହିଛି ।
Views: 41