ନୂଆଦିଲ୍ଲୀ : ଭୟଭୀତ ପାକିସ୍ତାନ । ପହଲଗାମ ଆତଙ୍କୀ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଏବେ ଭାରତର କାର୍ୟ୍ୟାନୁଷ୍ଠାନକୁ ନେଇ ଭୟଭୀତ ରହିଛନ୍ତି । ଭାରତ ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଘୋଷଣା କରିପାରେ ବୋଲି ସମସ୍ତ ପାକିସ୍ତାନୀ ନେତା କହୁଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ ସରକାର ନିଜର ରକ୍ଷା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି । ପାକିସ୍ତାନର ଦୁଇଟି ମୁଖ୍ୟ ସହର ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । ପାକିସ୍ତାନରୁ ଆସୁଥିବା ଖବର ମୁତାବକ, ପାକିସ୍ତାନ ମଇ ୨ ତାରିଖ ଯାଏଁ ଇସଲାମବାଦ ଏବଂ ଲାହୋରକୁ ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ଏହି ସହର ଉପରେ କୌଣସି ଏୟାରକ୍ରାଫ୍ଟ ଯାଇପାରିବ ନାହିଁ । ଇସଲାମବାଦ ଏବଂ ଲାହୋର ପାକିସ୍ତାନର ମୁଖ୍ୟ ସହର ।
Views: 63