ବରଗଡ : ପଞ୍ଚାୟତ କଲେଜ ନିକଟ ପଣ୍ଡରିପଥର ପାଖରେ ହତ୍ୟାକାଣ୍ଡ । ଜଣେ ଇଲେକ୍ଟ୍ରିସିଆନଙ୍କୁ ମାରି ମାଟି ତଳେ ପୋତିଦେଲେ । କାଲି ବିଳମ୍ବିତ ରାତିରେ ମାରି ମାଟି ତଳେ ପୋତିଥିବା ସନେ୍ଦହ ।ଭାଇକୁ ଯୋଜନାବଦ୍ଧ ହତ୍ୟା ନେଇ ଅଭିଯୋଗ ଆଣିଲେ ଭଉଣୀ । ତେବେ କିଏ ଓ କାହିଁକି ଦେବରାଜଙ୍କୁ ହତ୍ୟା କରିଛି ସେନେଇ କାରଣ ଅସ୍ପଷ୍ଟ ରହିଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପୋଲିସ ତନାଘନା ଜାରି ରଖିଛି । ବରଗଡ଼ ଏସଡିପିଓ ପଦାରବିନ୍ଦ ମଧ୍ୟ ଘଟଣାର ତଦନ୍ତ କରୁଛନ୍ତି । ଦେବରାଜ ପାଣିଗ୍ରାହୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି ।
Views: 10