ନୂଆଦିଲ୍ଲୀ : ଇରାନରୁ ସ୍ୱଦେଶ ଫେରିଲେ ୧୧୦ ଭାରତୀୟ । ୯୦ ଜଣ କାଶ୍ମୀରଙ୍କ ସମେତ ୧୧୦ ଛାତ୍ରଛାତ୍ରୀ ଫେରିଲେ । ଅପରେସନ ସିନ୍ଧୁ ଜରିଆରେ ଆର୍ମେନିଆରୁ ଦିଲ୍ଲୀ ଆସିଲେ । ଇରାନରେ ଇତ୍ତେଜନା ଯୋଗୁଁ ଆର୍ମେନିଆ ଦେଇ ଭାରତ ଫେରିଲେ । ରିପୋର୍ଟ ଅନୁସାରେ ଇରାନରେ ୧୩ ହଜାରରୁ ଅଧିକ ଭାରତୀୟ ଛାତ୍ର ପଢୁଛନ୍ତି। ଅଧିକାଂଶ ମେଡିକାଲ ପଢୁଛନ୍ତି।
ଛାତ୍ରମାନଙ୍କ ବ୍ୟତୀତ, ତୀର୍ଥଯାତ୍ରୀ ଓ ଅନେକ ଭାରତୀୟ ନାଗରିକ ଇରାନରେ ଫସି ରହିଛନ୍ତି। ତେହେରାନରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ହେଲ୍ପଲାଇନ୍ ସ୍ଥାପନ କରିଥିଲା ଏବଂ ଭାରତୀୟମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଥିଲା। ଇରାନରୁ ଫେରିଥିବା ଭାରତୀୟ ଦିଲ୍ଲୀରେ ପହଞ୍ଚିବା ପରେ ବହୁତ ଖୁସି ହୋଇଛନ୍ତି।
Views: 12