The Ultimate Managed Hosting Platform
ADVERTISEMENT

ଇରାନ, ତାଜିକିସ୍ତାନରେ ଭୂକମ୍ପ

Facebook
Twitter
LinkedIn

ନୂଆଦିଲ୍ଲୀ : ଭୂମିକମ୍ପ ଝଟକାରେ ଥରିଲା ଇରାନ, ତାଜିକିସ୍ତାନରେ ଭୂକମ୍ପ । ଇରାନରେ ଭୂମିକମ୍ପରେ ତୀବ୍ରତା ୫.୬ ରେକର୍ଡ । ତାଜିକିସ୍ତାନରେ ରିକ୍ଟର ସ୍କେଲରେ ତୀବ୍ରତା ୪.୫ । ଆସାମରେ ନାଗୱା ଜିଲ୍ଲାରେ ବି ଭୂକମ୍ପ ଅନୁଭୂତ । ପ୍ରାୟ ୧ଟା ସମୟରେ ତାଜିକିସ୍ତାନରେ ଭୂମିକମ୍ପ ହୋଇଥିଲା । ଏହା ବ୍ୟତୀତ ଆଜି ପ୍ରାୟ ଭୋର ସମୟରେ ଇରାନରେ ଏକ ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ୫.୬ ରହିଛି । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଇରାନର ରାଜଧାନୀ ତେହେରାନ ନିକଟରେ ଅନୁଭୂତ ହୋଇଥିଲା । ସୂଚନାଯୋଗ୍ୟ, ପୂର୍ବରୁ ତାଜିକସ୍ତାନରେ ୧୮ ଜୁଲାଇରେ ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୮ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୧୦ କିଲୋମିଟର ଥିଲା । ଫଳରେ ଭୂକମ୍ପ ଝଟକାର ସମ୍ଭାବନାକୁ ତାଜିକସ୍ତାନରେ ଅଧିକ ପ୍ରଭାବିତ କରିଥିଲା । ଏହା ବ୍ୟତୀତ ଜୁଲାଇ ୧୨ ତାରିଖରେ ଏହି ଅଞ୍ଚଳର ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୪.୮ ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login