The Ultimate Managed Hosting Platform
ADVERTISEMENT

ଇମ୍ରାନ୍ ଖାନ୍‌ଙ୍କୁ ବଡ଼ ଝଟକା;ପାକିସ୍ତାନୀ ପ୍ରଧାନମନ୍ତ୍ରୀ ପଦ ହାତରୁ ଯିବା ସୁନିଶ୍ଚିତ!

Facebook
Twitter
LinkedIn

ଇସଲାମାବାଦ୍‌, ମାର୍ଚ୍ଚ ୩୦ (ଖବର ଓଡ଼ିଶା): ପାକିସ୍ତାନରେ ନିଜର ଚୌକି ସୁରକ୍ଷିତ ନେଇ ମିଥ୍ୟା ଦାବି କରୁଥିବା ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ସହଯୋଗୀ ଦଳ ଏମ୍‌କ୍ୟୁଏମ୍‌-ପି ଶକ୍ତ ଝଟକା ଦେଇଛି । ସଂଯୁକ୍ତ ବିରୋଧ ତରଫରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ପୂର୍ବରୁ ଏମ୍‌କ୍ୟୁଏମ୍‌-ପି ଇମ୍ରାନ୍ ଖାନ ବିରୋଧରେ ଭୋଟ ଦେବାକୁ ଘୋଷଣା କରିଛି । ଏମ୍‌କ୍ୟୁଏମ୍ ସହିତ ସଂପର୍କ ଶେଷ ହେବା ପରେ ଇମ୍ରାନ୍ ସମର୍ଥକଙ୍କ ସାଂସଦଙ୍କ ସଂଖ୍ୟା ୧୬୪ରେ ପହଞ୍ଚିଛି । ବିରୋଧୀ ଦଳର ସାଂସଦଙ୍କ ସଂଖ୍ୟା ୧୭୭ ହୋଇଛି । ଏମ୍‌କ୍ୟୁଏମ୍‌-ପିର ମୋଯ ୭ ଜଣ ସାଂସଦ ଅଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ, ଏବେ ବିରୋଧୀ ଦଳକୁ ଇମ୍ରାନଙ୍କ ପାର୍ଟିଙ୍କ ବିଦ୍ରୋହୀ ସାଂସଦଙ୍କ ମଧ୍ୟ ଆବଶ୍ୟକତା ନାହିଁ । 

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଇମ୍ରାନ ଖାନ ସରକାର ସଂସଦର ନିମ୍ନ ଗୃହରେ ନିଜର ବହୁମତ ହରାଇଛନ୍ତି । ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ ଗ୍ରହଣ କରାଯାଇପାରେ । ଏଥିରେ ଇମ୍ରାନ ସରକାର ଚାଲିଯିବାର ସମ୍ଭାବନା ଦେଖାଯାଉଛି । ବିରୋଧୀ ଦଳ ସହିତ ଏକ ପ୍ରସଙ୍ଗ ଉପରେ ଦସ୍ତଖତ ପରେ ଏମକ୍ୟୁଏମ୍‌-ପିର ନିଷ୍ପତ୍ତି ଆସିଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ ଏହି ବୁଝାମଣା ଉପରେ ନ୍ୟାଶନାଲ ଆସେମ୍ବେଲିରେ ବିରୋଧୀ ଦଳର ନେତା ଶାହବାଜ ଶରୀଫ, ପିଡିଏମର ମୁଖ୍ୟ ମୌଲାନା ଫଜଲୁର ରହମାନ ଓ ଆସିଫ ଅଲି ଜର୍ଦ୍ଦାରୀ ଦସ୍ତଖତ କରିଛନ୍ତି । 

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଫୁଲୁଛି ବ୍ରାହ୍ଣଣୀ : ସପ୍ତାହେ ହେଲାଣି କମୁନି ଜଳସ୍ତର, ସେପଟେ ମନ୍ଦିରା ଡ୍ୟାମ ଖୋଲିଲା ୮ ଗେଟ

ବୈତରଣୀରେ ବନ୍ୟା : ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର ନିଦେ୍ର୍ଦଶ

ମୟୂରଭଞ୍ଚ : ମୟୂରଭଞ୍ଚ ଓ କେନ୍ଦୁଝରରେ ଅତ୍ୟଧିକ ବର୍ଷା । ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି...

ଓମ ଶାନ୍ତିରୁ ମୋଦିଙ୍କ ସମ୍ବୋଧନ; କଳ୍ପନାଠୁ ବି ବଡ ଦଣ୍ଡ ମିଳିବ , ଆତଙ୍କବାଦୀଙ୍କୁ ମାଟିରେ ମିଶେଇଦେବୁ

ପୁଣି ବିଶ୍ୱର ୧ ନଂ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ୧ ନଂ ଲୋକପ୍ରିୟ ନେତା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକୀୟ ବ୍ୟବସାୟିକ ଗୁଇନ୍ଦା କମ୍ପାନୀ ମର୍ଣ୍ଣିଂ କନସଲ୍ଟ ଜୁଲାଇ...

ADVERTISEMENT