ବ୍ରହ୍ମପୁର : ଇଭି ଗାଡି ଶୋ ରୁମରେ ଅଗ୍ନିକାଣ୍ଡ । ରେଡ୍ଡୀ ଗ୍ୟାରେଜ ଛକ ନିକଟ ଶୋ ରୁମରେ ଭୟଙ୍କର ନିଆଁ । ସର୍ଟ ସର୍କିଟ ଯୋଗୁଁ ଶୋ ରୁମରେ ଅଗ୍ନିକାଣ୍ଡ ହୋଇଥିବା ସନେ୍ଦହ । ନିଆଁ ଲାଗି ପ୍ରାୟ ୧୨୦ଟି ଇ-ବାଇକ ପୋଡି ନଷ୍ଟ ହୋଇଯାଇଛଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ଆଜି ସକାଳେ ଇଭି ଶୋ ରୁମରେ ହଠାତ ନିଆଁ ଲାଗି ଯାଇଥିଲା । ଶୋ ରୁମରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏ ନେଇ ଇଭି ଶୋ ରୁମର ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଦୁଇ ମହଲା କୋଠାରେ ଇଭି ଶୋ ରୁମ କରାଯାଇଥିଲା । ୨ଟି ଅଗ୍ନିଶମ ବାହିନୀ ଗାଡି ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି ।
Views: 41