The Ultimate Managed Hosting Platform
ADVERTISEMENT

ଇଣ୍ଡିଆନ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ସମ୍ମାନରେ ସମ୍ମାନିତ ହେଲେ ସମ୍ ହସ୍ପିଟାଲ୍‌ର ଶିଶୁରୋଗ ବିଶେଷଜ୍ଞ

Facebook
Twitter
LinkedIn

ଭୁବନେଶ୍ୱର : ୫୯ ତମ ଜାତୀୟ ଶିଶୁ ରୋଗ କର୍ମଶାଳାରେ ସମ୍ମାନଜନକ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସର ସର୍ବୋଚ୍ଚ ଫେଲୋସିପ୍ ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ନୋଏଡା ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ପ୍ରଫେସର ଡାକ୍ତର ମୃତ୍ୟୁଞ୍ଜୟ ଦାଶଙ୍କୁ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସର ସର୍ବୋଚ୍ଚ ଫେଲୋସିପ୍ ସମ୍ମାନରେ ସମ୍ମାନିତ କରାଯାଇଛି ।ତେବେ ଶିଶୁଙ୍କ ଯତ୍ନ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନ ଧରି କାର୍ଯ୍ୟରତ ଡାକ୍ତରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ଡାକ୍ତର ଦାଶ ଆଇଏପିର ପାଷ୍ଟ ପ୍ରେସିଡେଂଟ, ପ୍ରଫେସର ପୀୟୁଷ ଗୁପ୍ତା ଏବଂ ପ୍ରେସିଡେଂଟ ଡାକ୍ତର ରମେଶ କୁମାର ଓ ପ୍ରେସିଡେଂଟ ଇଲେକ୍ଟ ଡାକ୍ତର ଉପେନ୍ଦ୍ର କିଞ୍ଜାୱାଦେକରଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି । ଏହି ଅବସରରେ ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି ପକ୍ଷରୁ ଡାକ୍ତର ମୃତ୍ୟୁଞ୍ଜୟ ଦାଶଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login