The Ultimate Managed Hosting Platform
ADVERTISEMENT

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା, ମଙ୍ଗଳବାର ହୋଇଥିଲେ ୯ଘଣ୍ଟାର ଜେରା।

Facebook
Twitter
LinkedIn

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା । ମଙ୍ଗଳବାରର ୯ ଘଣ୍ଟା ଜେରା ପରେ ଆଜି ପୁଣି ହାଜର ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଏବଂ ଅର୍ଥ ହେର୍‌ଫେର୍‌ ମାମଲାରେ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ମାମଲାରେ ଖୋଳତାଡ଼ କରୁଛି ଇଡି । ଏହିକ୍ରମରେ ଓଡିଆ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କୁ ନୋଟିସ୍ କରିଥିଲା ଇଡି । ପ୍ରଥମେ କିଛି ସମୟ ମାଗିଥିଲେ ଅକ୍ଷୟ ପରିଜା । କିନ୍ତୁ ମଙ୍ଗଳବାର ଦିନ ଇଡି ଅଫିସରେ ହାଜର ହୋଇଥିଲା । ଦୀର୍ଘ ୯ଘଣ୍ଟା ଧରି ଅକ୍ଷୟ ପରିଜାଙ୍କୁ ଜେରା କରିଥିଲା ଇଡି ।

ସେହିପରି ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଜେରା ପାଇଁ ନୋଟିସ କରିଥିଲା ଇଡି । ଶ୍ରଦ୍ଧାଞ୍ଜଳି ମଧ୍ୟ ବୁଧବାର ଦିନ ଇଡି ଅଫିସରେ ହାଜର ହୋଇଛନ୍ତି । ଇଡି ତାଙ୍କୁ ପଚରାଉଚରା କରୁଛି । କିନ୍ତୁ ସେହି ଗୋଟିଏ ଦିନ ସମୟ ପାଖାପାଖିରେ ଅକ୍ଷୟ ପରିଜା ଇଡିରେ ହାଜର ହୋଇଛନ୍ତି । ଯାହାକି ଅନେକ କଥାକୁ ଗୁରୁତ୍ୱ ଦେଉଛି । ଖାସ୍‌ କରି ଉଭୟ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login