ଭୁବନେଶ୍ୱର : ଇଡିରେ ପୁଣି ହାଜର ହେଲେ ଦୀପକ ଗୁପ୍ତା । ଖଣି ଦୁର୍ନୀତି ମାମଲାରେ ଦ୍ୱିତୀୟ ଥର ପାଇଁ ହାଜର ହେଲେ । କାଲି ସାନ ଭାଇ ଚମ୍ପକ ଗୁପ୍ତାଙ୍କ ସହ ହାଜର ହୋଇଥିଲେ । ଦୁଇ ସପ୍ତାହ ତଳେ କୋଲକାତା ଓ ଓଡିଶାର ମୋଟ ୧୨ଟି ସ୍ଥାନରେ ଏନେଇ ରେଡ କରିଥିଲା ଇଡି । ଏଥିରେ ଭଲଭୋ କାର, ୧କୋଟି ୨୪ ଲକ୍ଷ ଟଙ୍କାର ସୁନା ଗହଣା, ୩୦ ଲକ୍ଷ ଟଙ୍କା ଓ ୧କୋଟି ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଆକାଉଂଟ ଅଚଳ କରିଥିଲା ଇଡି । ଏହି ମାମଲାରେ ୩୭୯ କୋଟି ଟଙ୍କାର ସମ୍ପତି ସଂଲଗ୍ନ କରିବା ପାଇଁ ଇଡି ପିଏମଏଲଏ କୋର୍ଟରେ ଆବେଦନ କରିଥିବାବେଳେ, କୋର୍ଟ ତାକୁ ଗ୍ରହଣ କରିଥିଲା ।
Views: 85











