କଟକ : ଲୋକମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ଇଡିପି ପକ୍ଷରୁ ପ୍ରଶିକ୍ଷଣ ଶିବିର । କେନ୍ଦ୍ର ଏବଂ ରାଜା ସରକାର ମହିଳା ଏବଂ ପୁରୁଷ ମାନଙ୍କୁ ରୋଜଗାର କ୍ଷମ କରିବା ପାଇଁ ସଦାସର୍ବଦା ପ୍ରୟାସ ଜାରି ରଖିଛନ୍ତି । ଏହାର ସୁଫଳ କିପରି ସଂପୃକ୍ତ ବ୍ୟକ୍ତି ମାନେ ପାଇ ପାରିବେ, ସେନେଇ ପ୍ରଶିକ୍ଷଣ ଦେବା ସହିତ ବ୍ୟାଙ୍କ ଜରିଆରେ, ରୁଣ ପ୍ରଦାନ କରିବାର ସୁଯୋଗ ଦେଉଛନ୍ତି । ଯେଉଁମାନେ ରୁଣ ନେଇ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ କିପ୍ରକାର ବ୍ୟବସାୟ କରିବେ ଏବଂ ବ୍ୟାଙ୍କରୁ ରୁଣ ନେବେ ସେନେଇ ଆଜି ସିଏମସି ୫୮ ନମ୍ବର ୱ।ର୍ଡ଼ କଟକ ସଦର ଥାନା ନିକଟସ୍ଥ, ଡାହାଳିଆବାଗ ଭାଣପୁର ଠାରେ, ଇଣ୍ଟରପିଣ୍ଟେନସିପ ଡେଭଲପମେଣ୍ଟ ପ୍ରୋଗ୍ରାମ (ଇଡିପି) ୨୦୨୩ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିର ୧୨ ଦିନ ଧରି ଅନୁଷ୍ଠିତ ହେବ । ଇଡିପିର କୋଡିନେଟର ବନିତା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁମାର ମହାନ୍ତି, ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ସାଗର ରଞ୍ଜନ ଘଡେଇ, ପୂର୍ବତନ କର୍ପୋରେଟର କୌଶିକ୍ ଜେନା, କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, କଟକ ନଗର ବିଜେଡି ସଂପାଦିକା ଶିବାନୀ ଜେନା, ଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭାଣପୁର ଶାଖାର ପରିଚାଳିକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଣପୁର ଏବଂ ଡାହାଳିଆବାଗର ୨୦ ଜଣ ମହିଳା ପୁରୁଷ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ ।
ଇଡିପି ପକ୍ଷରୁ ପ୍ରଶିକ୍ଷଣ ଶିବିର, ୧୨ ଦିନ ଧରି ଚାଲିବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











