The Ultimate Managed Hosting Platform
ADVERTISEMENT

ଆହୁରି ୨ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡି

Facebook
Twitter
LinkedIn

ଭୁବନେଶ୍ୱର : ଆହୁରି ଦୁଇ ଦିନ ଅସ୍ତବ୍ୟସ୍ତ କରିବ ଘନ କୁହୁଡ଼ି । ଅଧିକାଂଶ ଜିଲ୍ଲାରେ ଜିରୋ ଭିଜିବିଲିଟି ନେଇ ସତର୍କତା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଦେଖାଯିବନି ରାସ୍ତା। ରାତି ୨ଟାରୁ ସକାଳ ୯ ଟା ପର୍ୟ୍ୟନ୍ତ ରହିବ ଘନ କୁହୁଡ଼ିର ପ୍ରଭାବ। ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡ଼ି ନେଇ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ସୁନ୍ଦରଗଡ, କେନ୍ଦୁଝର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି ଏବଂ କୋରାପୁଟ କୁ ସତର୍କତା ଜାରି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login