ୟୁପି : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟି ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ। ଏହି ସମୟରେ ସିଏମ ଯୋଗୀ ଲକ୍ଷ୍ନୌ କୋର୍ଟରେ ଘଟିଥିବା ଗୁଳିକାଣ୍ଡରେ ଆହତ କନଷ୍ଟେବଳ ଏବଂ ମା’, ଝିଅଙ୍କୁ ଭେଟିଥିଲେ।
ସିଏମ୍ ଆହତମାନଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ସୂଚନା ନେଇଥିଲେ। ଏହାପରେ ସେ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି, ଆହତମାନଙ୍କୁ ଉତ୍ତମ ଉପାୟରେ ଚିକିତ୍ସା କରାଯାଉ, ଯେପରି ସେମାନେ ଯଥାଶୀଘ୍ର ସୁସ୍ଥ ହୋଇପାରିବେ।
ହସ୍ପିଟାଲରେ ଯେତେବେଳେ ଯୋଗୀ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିବା କୁନି ଝିଅକୁ ଭେଟିବାକୁ ଯାଇଥିଲେ, ତ ତା’ ମୁଣ୍ଡରେ ହାତ ରଖିଥିଲେ ଏବଂ ତାକୁ ଚକୋଲେଟ୍ ଦେଇଥିଲେ। ସିଏମ ଡାକ୍ତରଙ୍କଠାରୁ କୁନି ଝିଅର ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହାସହିତ ତା’ର ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସାହାଯ୍ୟର ଭରସା ଦେଇଥିଲେ। କହି ରଖୁଛୁ, ଗତକାଲି ସିଭିଲ୍ କୋର୍ଟ ପରିସରରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଶିଶୁକନ୍ୟା ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ।
ଆହତ କୁନି ଝିଅକୁ ହସ୍ପିଟାଲରେ ଭେଟିଲେ ସିଏମ୍ ଯୋଗୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଫିନାଇଲ ପିଇଦେଲେ ବାଳ ଅପରାଧୀ
ରାଉରକେଲା : ଫିନାଇଲ ପିଇ ବାଳ ଅପରାଧୀ ଗୁରୁତର ଅସୁସ୍ଥ । ସୁରକ୍ଷିତ ଆଶ୍ରୟ କେନ୍ଦ୍ରର ଗୁରୁତର ବାଳ ଅପରାଧୀ ଆରଜିଏଚରେ ଭର୍ତ୍ତି ହୋଇଛନ୍ତି । ବାଳ...
ଚୀନ ଉପରେ ଆମେରିକାର ୧୦୦% ଟାରିଫ
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ ବୋମା । ଚୀନ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ ।...
ଜଳିଗଲା କାର , ଅଳ୍ପକେ ବର୍ତ୍ତିଲେ ୩
ଲମତାପୁଟ : କାର ହିଟର ଲଗାଇ ଶୋଇଥିବା ବେଳେ ଘଟିଲା ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ସମ୍ପୁର୍ଣ୍ଣ କାର । ଅଳ୍ପକେ ବର୍ତ୍ତିଲେ ୩ ଜଣ...
ପଦ୍ମ ଧରିବେ ଜୟ ଢୋଲକିଆ !
ଭୁବନେଶ୍ୱର : ଆଜି ବିଜେପିରେ ମିଶି ପାରନ୍ତି ଜୟ ଢୋଲକିଆ । ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ...