ନୂଆଦିଲ୍ଲୀ : ଚାଲିଥିଲା ବିବାହର ଉତ୍ସବ । ଖୁସିର ମୁହୂର୍ତ୍ତରେ ହଠାତ ପଡିଗଲା ଛିଟା । ମୃତ୍ୟୁ ଯେ କେତେବେଳେ ଆସିବ ତାହା କେହି ବି କରିପାରିବେନି । ବିଶେଷକରି ଆଜିକାଲି ହୃଦଘାତଜନୀତ ମୃତ୍ୟୁ ଯେପରି ସାଧାରଣ ହୋଇଗଲାଣି। କିଛି ଏପରି ଘଟଣା ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରୁ ଆସିଛି । ଏକ ବିବାହ ସମାରୋହରେ ନାଚୁଥିବା ବେଳେ ଜଣେ ଯୁବତୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ମହିଳା ଜଣକ ଇନ୍ଦୋରର ପରିଣୀତା ଜୈନ ବୋଲି ଜଣାପଡ଼ିଛି। ନିଜ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିଲେ ପରିଣୀତା।ଗତ ୮ ତାରିଖରେ ହଳଦୀ ସେରେମନିରେ ନାଚୁଥିଲେ। ଆଉ ଦେଖୁ ଦେଖୁ ଷ୍ଟେଜ ଉପରେ ଟଳିପଡ଼ିଲେ ପରିଣୀତା। ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି। ନାଚୁନାଚୁ ଟଳିପଡ଼ିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଯୁବତୀଙ୍କର କୌଣସି ସ୍ବାସ୍ଥ୍ୟଜନିତ ସମସ୍ୟା ନଥିବା ପରିବାର ଲୋକେ କହିଛନ୍ତି। ତେଣୁ ବର୍ତ୍ତମାନର ଦୈନନ୍ଦିନ ଜୀବନରେ ନିଜ ସ୍ବାସ୍ଥ୍ୟର ସଠିକ ଭାବେ ଯତ୍ନ ନେବା ନିହାତି ଦରକାର। କାରଣ ଭଲ ମଣିଷ ବି ଦୃହଘାତର ଶିକାର ହେଉଛନ୍ତି।
ଆସିଲା ହୃଦଘାତ ; ବିବାହ ଉତ୍ସବରେ ଟଳିପଡିଲେ ଯୁବତୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











