ଭୁବନେଶ୍ୱର : ଆସିଲା “ସୁଭଦ୍ରା” ଦ୍ୱିତୀୟ କିସ୍ତି ଟଙ୍କା । ୧ କୋଟି ମହିଳାଙ୍କ ଖାତାକୁ ଆସିଲା ସୁଭଦ୍ରା ଟଙ୍କା । ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବଣ୍ଟନ । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ଗୋଟିଏ କ୍ଲିକରେ ହିତାଧିକାରୀଙ୍କ ପାଖକୁ ଗଲା ୫ ହଜାର କୋଟି । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଏବଂ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସମେତ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ । ସେହିପରି ମାର୍ଚ୍ଚ ୬ ତାରିଖରେ ପ୍ରଥମ କିସ୍ତିର ପଞ୍ଚମ ପର୍ୟ୍ୟାୟ ଟଙ୍କା ଦେଇଥିଲେ ସରକାର । ଆଉ ଏବେ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆନ୍ତର୍ଜାତୀୟ ମହିଳା ଦିବସରେ କୋଟିଏରୁ ଅଧିକ ମହିଳାଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Views: 48











