ଭୁବନେଶ୍ୱର : ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ନୂଆ ନୀତି ଆଣିବାକୁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । କ୍ଷତିପୂରଣ ବଦଳରେ ପ୍ରକଳ୍ପରେ ଅଂଶୀଦାର ରହିପାରିବେ । ଜମି ହରାଉଥିବା ଲୋକଙ୍କୁ ବିକଳ୍ପ ସୁଯୋଗ ଦିଆଯିବ । ଜମି ବଦଳରେ ଜମି ବି ସରକାର ଯୋଗାଇ ଦେବେ । କ୍ଷତିପୂରଣ ଜାଗାରେ ସେହି ପରିମାଣରେ ଅଂଶୀଦାର ରହିବେ । ଲୋକ ଯେଉଁ ବିକଳ୍ପ ଦେବେ ସେହି ଅନୁସାରେ ହେବ । ସରକାର କାହା ଉପରେ କୈାଣସି ନିଷ୍ପତ୍ତି ଲଦିବେ ନାହିଁ । ତେଣୁ ଏନେଇ ନିଷ୍ପତ୍ତି ହୋଇଛି. ଜିଲ୍ଲପାଳ ମାନଙ୍କ ରିପୋର୍ଟ ଆସିବା ପରେ ନିଷ୍ପତ୍ତି ନିଆଯିବ. ଆସିଲା କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର ଓ ଭଦ୍ରକର ବନ୍ୟା କ୍ଷୟକ୍ଷତି ରିପୋର୍ଟ ।
Views: 23