The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଆସନ୍ତୁ ପାଳିବା ଆଜାଦିର ଅମୃତ ମହୋତ୍ସବ ।

Facebook
Twitter
LinkedIn

ଭୁବନେଶ୍ୱର,୧୫ା୮: ସ୍ୱାଧୀନତା ଏକ ଆତ୍ମିକ-ଅନୁଭବ ଓ ରାଷ୍ଟ୍ରବାଦ ହେଉଛି ଏକ ହାର୍ଦ୍ଦିକ ଉପଲବ୍ଧି । ସେଦିନ ସ୍ୱାଧିନତା ଦିବସର ପ୍ରଥମ ମହୋତ୍ସବ ଓ ଆଜିର ପଞ୍ଚସ୍ତରୀ ବର୍ଷ ପାଳନ ମଧ୍ୟରେ ରହିଛି ଅନେକ ଅନ୍ତର । ଇତିହାସ ସାକ୍ଷୀ ଅଛି ଯେଉଁ ଦିନ ମାଉଣ୍ଟ୍ ବ୍ୟାଟେନ ବ୍ରିଟିଶ ପତାକା ୟୁନିଅନ ଜ୍ୟାକକୁ ଅପସାରଣ କରିଥିଲେ ଓ ଦେଶର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ସ୍ୱାଧୀନ ଭାରତର ଜାତୀୟ ପତାକାକୁ ପ୍ରଥମ କରି ସଂସଦ ଭବନରେ ଉତ୍ତୋଳନ କରି ରାଷ୍ଟ୍ରବାଦର ପରାକାଷ୍ଠା ଓ ସ୍ୱାଧୀନତାର ଅମୃତ ମୂଲ୍ୟବୋଧ ସଂପର୍କରେ ଦେଶବାସୀଙ୍କୁ କରିଥିଲେ ସଂମ୍ବୋଧନ ।

ଦେଶର ଏକତା ଅଖଣ୍ଡତା ଓ ସାର୍ବଭୌମତ୍ତ୍ୱର ସୁରକ୍ଷା ପାଇଁ ସଂକଳ୍ପ ନେବା ପୂର୍ବକ ପ୍ରତିଟି ଭାରତୀୟ ଦେଶ ପ୍ରେମରେ ଉଦବୁଦ୍ଧ ହେବାକୁ ଦେଇଥିଲେ ଆହ୍ୱାନ । ସେହି ଦିନ ଠାରୁ ସ୍ୱାଧୀନ ଭାରତର ଦାୟଦ ଭାବେ ଆମେ ଗର୍ବ କରିବା ସହ ତ୍ରିରଙ୍ଗାକୁ ଆମ ରାର୍ଷ୍ଟବାଦ ଓ ଦେଶ ପ୍ରେମର ପ୍ରତୀକ ରୂପେ ଅଙ୍ଗିକାର କରି ଆସୁଛନ୍ତି । ସେପଟେ ଆଜିର ଏହି ପବିତ୍ର ଦିବସ ପାଇଁ ସେହି ମାନଙ୍କୁ ଶ୍ରେୟ ଦେବା କଥା, ଯାହା ଆମେ ବି ମନରୁ ପାଶୋରୀ ପାରନ୍ତେ କିପରି । ମା’ ମାଟି ପାଇଁ ଯେଉଁ ମାନେ ବ୍ରିଟିଶ୍ ସହ ସର୍ବଦା ମୁହାଁ ମୁହିଁ ହୋଇ ଲହୁ ଲୁହାଣ ହେବା ସହ ଦେଇଛନ୍ତି ପ୍ରାଣ ବଳି । ଆଜିର ଏହି ଅମୃତ ମହୋତ୍ସବର ଶୂଭ ଅବସରରେ ସେହି ମହାମୁନିଷୀ ମାନଙ୍କୁ କୋଟି କୋଟି ପ୍ରଣାମ । ଯାହାଙ୍କ ପାଇଁ ଆଜି ଆମେ ସ୍ୱାଧୀନତାର ସ୍ୱାଦ ଚାଖିବାରେ ହୋଇଛେ ସକ୍ଷମ । ଯାହାଙ୍କ ତ୍ୟାଗ ଓ ବଳିଦାନ ସର୍ବଦା ପ୍ରତିଟି ଭାରତୀୟଙ୍କ ମନରେ ସ୍ମୃତି ହୋଇ ରହିଥିଲା, ରହିଛି ଓ ରହିଥିବ ମଧ୍ୟ । କେଶରୀ ସ୍ୱେତ ଓ ସବୁଜ ରଙ୍ଗ ସହିତ କେନ୍ଦ୍ରସ୍ଥଳିରେ ଶୋଭା ପାଉଥିବା ଆମ ତ୍ରିରଙ୍ଗା ସମୃଦ୍ଧି, ଶାନ୍ତି ଓ ପ୍ରଗତିର ପ୍ରତୀକ ଭାବେ ବିବେଚନା କରାଯାଏ । ଜାତୀୟ ପତାକାର ରୂପ ରେଖ ଚୂଡାନ୍ତ ହେବା ପୂର୍ବରୁ ତ୍ରିରଙ୍ଗାର ରୂପକାର ପିଙ୍ଗଲୀ ଭେଙ୍କୟାଙ୍କୁ ଗାନ୍ଧିଜୀ କହିଥିଲେ ଯେ ତୁମେ ଏପରି ପତାକା ତିଆରି କର ଯାହା ସଂପୁର୍ଣ୍ଣ ଭାରତର ପ୍ରତିନିଧିତ୍ୱ କରିପାରିବ । ତାହା ମଧ୍ୟ ହୋଇଥିଲା ।

ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୨୪ ମସିହାରେ କରାଚି କଂଗ୍ରେସ କମିଟି ବୈଠକରେ ତ୍ରିରଙ୍ଗାକୁ ଦେଶର ଜାତୀୟ ପତାକା ଭାବେ ସର୍ବସମ୍ମତି କ୍ରମେ ମାନ୍ୟତା ପ୍ରଦାନ କରାଯାଇଥିଲା । ୧୯୪୭ ମସିହାରେ ଆମ ଦେଶ ସ୍ୱାଧୀନତା ପାଇବା ପରେ ଆଜି ହେଉଛି ତାହାର ୭୫ ବର୍ଷ ପୂର୍ତ୍ତି । ଯାହାକି ଅମୃତ ମହୋତ୍ସବ ଭାବେ ହେଉଛି ପାଳନ । ସମଗ୍ର ଦେଶ ଏବେ ଆନନ୍ଦ ଉଲ୍ଲାସର ସହ ପାଳନ କରୁଛି ଏହି ମହୋତ୍ସବଟିକୁ । ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ମଧ୍ୟ କରାଯାଉଛି ଯୋରଦାର ସ୍ୱାଗତ । ମାତ୍ର ଏବେ ବି ସ୍ୱାଧୀନ ଭାରତର ୧.୭୭ ନିୟୁତ ବାସହୀନ ପରିବାର ପଡିଛନ୍ତି ଚିନ୍ତାରେ । ଆଜି ବି ଯେଉଁ ମାନେ ରୁଟି, କପଡା ଓ ଘର ଖଣ୍ଡିକ ଭଳି ମୌଳିକ ସୁବିଧାରୁ ବଞ୍ôଚତ ହୋଇଛନ୍ତି ସେମାନଙ୍କ ପାଇଁ ସ୍ୱାଧୀନତାର ମୂଲ୍ୟବୋଧ୍ୟ ଓ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବାସ୍ତବରେ ଉପହାସ କହିଲେ ମଧ୍ୟ ଭୂଲ ହେବନି । ଦେଶ ଆଜି ଯୋଉଁମାନଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନକୁ ଘୋଷା କରିଛି, ପ୍ରକୃତରେ ସେମାନଙ୍କ ସ୍ୱପ୍ନ ଓ ସଂକଳ୍ପକୁ ପଛରେ ପକାଇ ଅହିଂସା ବଦଳରେ ହିଂସା, ଆଦର ବଦଳରେ ଘୃଣା ଓ ବିଦ୍ୱେଷ ଭଳି ଚିତ୍ର ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି । ଯାହା ସ୍ୱଧୀନ ଭାରତ ପାଇଁ ହୋଇଛି ଚିନ୍ତାର କାରଣ । ତଥାପି ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ତମାମ ଦେଶର ରାଷ୍ଟ୍ର ଭକ୍ତିର ନୂଆ ଉର୍ଜା ସୃଷ୍ଟିର ବାର୍ତ୍ତାବହ ହେଉ ଏହା ହିଁ ଆଶା । ଜୟ ହିନ୍ଦ, ଭାରତ ମାତାକୀ ଜୟ ।

ବ୍ୟୁରୋ ରିପୋର୍ଟ ଶପଥ ନ୍ୟୁଜ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login