The Ultimate Managed Hosting Platform
ADVERTISEMENT

ଆସନ୍ତାକାଲିଠୁ ଯୁକ୍ତ ୨ ପରୀକ୍ଷା

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଯୁକ୍ତ ୨ ପରୀକ୍ଷା ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ୟ୍ୟନ୍ତ ଚାଲିବ । ଚଳିତବର୍ଷ ପରୀକ୍ଷା ଦେବେ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନ ପତ୍ରକୁ ବିଶ୍ୱାସ ନ କରିବାକୁ ପରାମର୍ଶ । ମୋଟ ୧୯ଟି ସିଟିଂରେ ହେବ ପରୀକ୍ଷା । ପ୍ରତେକ ଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ । ଏହା ଭିତରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲିବ ତେଣୁ ସେମାନଙ୍କ ସୂଚୀକୁ ଦେଖି ମାଟ୍ରିକ ପରୀକ୍ଷା ଯେଉଁ ଦିନ ରହିଛି ସେଦିନ ଯୁକ୍ତ ପରୀକ୍ଷା ରଖାଯାଇନାହିଁ । ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନ ପତ୍ର ପରୀକ୍ଷା ହବରେ ପହଞ୍ଚି ସାରିଛି । ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି । ଉତ୍ତର ଖାତାରେ ଠିକ ଭାବେ ନିଜ ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ ନମ୍ବର ପୂରଣ କରିବା ଦରକାର । ପରୀକ୍ଷାର୍ଥୀ ପରୀକ୍ଷା ହଲକୁ କୌଣସି ଇଲୋକଟ୍ରନିକ ଜିନିଷ ନେଇପାରିବେ ନାହିଁ । ପାଣି ବୋତଲ, ଜ୍ୟାମିତି ବାକ୍ସ , ଆଡ଼ମିଟ କାର୍ଡ ସହ କଲମ ନେଇପାରିବେ । ସେପଟେ ଭିନ୍ନକ୍ଷମ ପିଲାମାନଙ୍କ ପାଇଁ ଅଧିକ ୧ ଘଂଟା ସମୟ ଦିଆଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login