ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ କରିବାକୁ କାଲିଠୁ ଡ୍ରାଏ ଡେ ପାଳନ କରିବ ବିଏମସି । ସପ୍ତାହକୁ ଦୁଇ ଦିନ ଡ୍ରାଏ ଡେ । ସହରର ସମସ୍ତ ୱାର୍ଡରେ ଡ୍ରାଏ ଡେ ପାଳନ କରାଯିବ । ଫୁଲକୁଣ୍ଡ ଓ ପାଣି ଜମିଥିବା ପାତ୍ରକୁ ଓଲଟାଇ ରଖିବାକୁ ଅପିଲ କରାଯାଇଥିବା ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଆଜି କର୍ପୋରେଟରଙ୍କୁ ବିଏମସି ମୁଖ୍ୟାଳୟରେ ଟ୍ରେନିଂ ଦିଆଯିବ । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ଅଧିକ ସଂଖ୍ୟକ ଷ୍ଟାଫ ନିୟୋଜିତ କରାଯାଇଛି । ୭୦ ଜଣ ଷ୍ଟାଫ କେବଳ ବିଭିନ୍ନ ୱାର୍ଡରେ ତେଲ ସ୍ପ୍ରେ କରିବା ପାଇଁ ନିୟୋଜିତ କରାଯାଇଛି ।
Views: 36