ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ସର୍ବଭାରତୀୟ ଡିଜି-ଆଇଜି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। କାଲିଠୁ ଡିସେମ୍ବର ୧ ପର୍ୟ୍ୟନ୍ତ ତିନି ଦିନ ଧରି ଏହି ସମ୍ମିଳନୀ ଅନୁଷ୍ଠିତ ହେବ ।୩ ଦିନିଆ ସମ୍ମିଳନୀ ପାଇଁ ଭୁବନେଶ୍ବର ପୋଲିସ ଛାଉଣୀ । ଏହି ସମ୍ମିଳନୀ ଉଦଘାଟନ କରିବେ ଅମିତ ଶାହ । ଏଥିପାଇଁ ପୂରା ରାଜଧାନୀକୁ ଏବେଠାରୁ ହାଇଆଲର୍ଟରେ ରଖାଯାଇଛି । ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ । ମୋଟ ୯୦ ଜଣ ଡିଜିପି ଓ ଆଇଜିପି ଯୋଗ ଦେବେ । ଏମାନେ ଆଜି ଆସି ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତାକାଲି ପହଞ୍ଚିବେ ଅମିତ ଶାହ ଓ ନରେନ୍ଦ୍ର ମୋଦି। ସମ୍ମିଳନୀ ପାଇଁ ପୂରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ।ସାରା ସହରରେ ସୁରକ୍ଷା କଡ଼ାକଡ଼ି । ବିମାନବନ୍ଦର, ଲୋକସେବାଭବନ, ରାଜଭବନ, ରାଜ୍ୟ ଅତିଥି ଭବନ ସହିତ ସହର ପ୍ରମୁଖ ସ୍ଥାନ ଗୁଡିକ ପୋଲିସର ସ୍କାନରରେ ରହିବ । ପୂରା ଭୁବନେଶ୍ୱରକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି । ଭୁବନେଶ୍ବରକୁ ପାଖାପାଖି ୮୫ ପ୍ଲାଟୁନ ଫୋର୍ସ ଜଗିଵେ। ଏୟାରପୋର୍ଟ, ଅତିଥିଙ୍କ ରହଣୀ ସ୍ଥାନ ଓ ଲୋକସେବା ଭବନ ସମ୍ମିଳନୀ କକ୍ଷ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ବିଭିନ୍ନ ରାଜ୍ୟର ପୋଲିସ ଡିଜି, କେନ୍ଦ୍ରୀୟ ସୁରକ୍ଷା ବାହିନୀର ଡିଜି, ସୀମା ସୁରକ୍ଷା ବଳ ଡିଜି, ଏନସିବି ଡିଜି ପ୍ରମୁଖ ରାଜ୍ୟ ଅତିଥିଭବନରେ ରହିବେ। ଏଥିପାଇଁ ଅତିଥି ଭବନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆସନ୍ତାକାଲିଠୁ ଡିଜି ଆଇଜି ସମ୍ମିଳନୀ, ରାଜଧାନୀକୁ ଜଗିବେ ୮୫ ପ୍ଲାଟୁନ ଫୋର୍ସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











