The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ରଜ, ଉତ୍ସବ ମୁଖର ହେଲାଣି ଗାଁଠୁ ସହର

Facebook
Twitter
LinkedIn

ଭୁବନେଶ୍ୱର: ରଜ ..ଓଡିଶାର ଏକ ପ୍ରମୁଖ ପର୍ବ । ୩ ଦିନ ଧରି ପାଳନ କରାଯାଉଥିବା ଏହି ପର୍ବରେ ଝିଅ ମାନେ ବେଶ ଖୁସି ମନାନ୍ତି । ଆସନ୍ତାକାଲି ରଜ, ଆଜି ସଜବାଜ । ଜ୍ୟେଷ୍ଠ ମାସ ଶେଷ ଓ ଆଷାଢ଼ର ପହିଲି ପୁଲକରେ ଆସେ ରଜ ପର୍ବ । ଆଜି ସଜବାଜ ହୋଇଥିବାବେଳେ କାଲି ପହିଲି ରଜ, ଦ୍ବିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଏ ।
ରଜର ମହକରେ ମହକି ଉଠୁଛି ପୁରପଲ୍ଲୀ । ରଜପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଲାଣି ଗାଁଠୁ ସହର । ରଜର ଦିନକ ପୂର୍ବରୁ ଆଜି ସମସ୍ତେ ସଜବାଜରେ ମସଗୁଲ । ସଜେଇ ହେଉଛନ୍ତି କୁଆଁରୀମାନେ । ପରସ୍ପରକୁ ଅଳତା, କୁଂକୁମ, ମେହେନ୍ଦୀ ଲଗାଇ ଦେବା ସହ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହେଲେଣି । ରଜ ସଜବାଜରୁ ହିଁ ଗାଁରେ ତାସ୍, ଲୁଡୁ ଏବଂ ଚେସ୍ ଖେଳର ଆସର ଜମିଲାଣି । ଗାଁ ଗାଁରେ ଜମିବ ପିଠାପଣା ସାଙ୍ଗକୁ ଦୋଳିଖେଳର ଆସର । ଗାଁ ଦାଣ୍ଡରେ ଦୋଳି ଲଗା ସରିଛି । ସମସ୍ତଙ୍କ ଘରେ କୁଣିଆ ଆସି ପହଁଚି ଗଲେଣି । ଗାଁ ଝିଅମାନେ ବିଭିନ୍ନ ପ୍ରକାରର ନାଚ ଗୀତର ଅଭ୍ୟାସ କରୁଛନ୍ତି । ଏହାସହ ତାସର ଆସର ଜମିଲାଣି । ଦୋଳିଖେଳ ସାଙ୍ଗକୁ ନାଚଗୀତର ଆସର ଦେଖିବାକୁ ମିଳିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login