ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଆସନ୍ତାକାଲି ସକାଳ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ । ପରେ ଘନୀଭୂତ ହେବ । ୯ରେ ହେବ ଲଘୁଚାପ ନେଇପାରେ ଅବପାତର ରୂପ । ଏହାପରେ ଡିପ୍ରେସନ୍ ଉତ୍ତର ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଆଡକୁ ଗତି କରିବ । ସେଠାରେ ସୃଷ୍ଟି ହୋଇପାରେ ବାତ୍ୟା । ସାମୁଦ୍ରିକ ଝଡ଼ର ନାଁ ରହିବ ‘ମୋଖା’ । ସମ୍ଭାବ୍ୟ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ । ଏଯାଏ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ଦିଆଯାଇ ନାହିଁ ।
Views: 89