ପୁରୀ : ଆସନ୍ତାକାଲି ପୁରୀରେ ପାଳିତ ହେବ ନୈାସେନା ଦିବସ । ସେଥିପାଇଁ ସଜେଇ ହୋଇଛି ପୁରୀ ବେଳାଭୂମି । ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଁଚିଛି । ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ୟ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଢେର ଅଧିକ ।ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଅପରାହ୍ନ ୪ଟାରୁ ଆରମ୍ଭ ହେବ ଭବ୍ୟ ସମାରୋହ । କାଲି ନୌସେନା ଦିବସରେ କୌଶଳ ଦେଖାଇବ ୧୫ ଯୁଦ୍ଧ ଜାହାଜ ଓ ୪୦ ଏୟାରକ୍ରାଫ୍ଟ । ଅନ୍ୟତ୍ର ମୁତୟନ ଥିବାରୁ ସାମିଲ ହେବନି ଏୟାରକ୍ରାଫ୍ଟ କ୍ୟାରିୟର । ପ୍ରାୟ ୨୦ଟି ସାମରିକ କଳା ପ୍ରଦର୍ଶିତ ହେବ। ଡ୍ରୋନ ଶୋ ମଧ୍ୟ ପ୍ରଦର୍ଶନ ହେବ । ଜନଗହଳି ସ୍ଥାନରେ ଲାଗିବ ଏଲଇଡି । ଭିଡକୁ ନିୟନ୍ତ୍ରଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଗତକାଲି ବେଳାଭୂମିରେ ଶେଷ ଫୁଲ ଡ୍ରେସ ରିହରସଲ କରିଛି ନୌସେନା ।
Views: 41