ଭୁବନେଶ୍ୱର : ପୁଣି ଓଡ଼ିଶାରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ରେଳମନ୍ତ୍ରୀଙ୍କ ନାଁରେ ମୋହର ମାରିଛି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ଜନତା ପାର୍ଟି । ଆସନ୍ତାକାଲି ସକାଳେ ୧୦ଟାରେ ଅଶ୍ୱିନୀ ବୈଷ୍ଣବ ନାମାଙ୍କନ ଦାଖଲ କରିବେ । ବରିଷ୍ଠ ବିଜେପି ନେତାଙ୍କ ସହ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବା କାର୍ୟ୍ୟସୂଚୀ ରହିଛି । ୨୦୧୯ ରାଜ୍ୟସଭା ନିର୍ବାଚନ ଭଳି ୨୦୨୪ରେ ରିପିଟି ହୋଇଛନ୍ତି ଅଶ୍ୱିନୀ ବୈଷ୍ଣବ ।
Views: 80