ଭୁବନେଶ୍ୱର : ଆସନ୍ତାକାଲି ଆସିବ ଝାରସୁଗୁଡ଼ା ଉପ ନିର୍ବାଚନର ଫଳାଫଳ । ସକାଳ ୮ ଟାରୁ ଆରମ୍ଭ ହେବ ଭୋଟ ଗଣତି । ଏହାପୂର୍ବରୁ ଭୋଟ୍ ଗଣନା କରିବାକୁ ଥିବା କର୍ମଚାରୀଙ୍କୁ ଆଜି ଟ୍ରେନିଂ ଦିଆଯିବ। ବିଜେଡିର ଦୀପାଳି ଦାସ, ବିଜେପିର ଟଙ୍କଧର ତ୍ରିପାଠୀ, କଂଗ୍ରେସର ତରୁଣ ପାଣ୍ଡେଙ୍କ ସମେତ ୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ରହିଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡ ଭୋଟ ଗଣନା କରାଯିବ । ପ୍ରଥମେ ପୋଷ୍ଟାଲ ଭୋଟ ଗଣତି ହେବ । ପରେ ଇଭିଏମ ଭୋଟ ଗଣତି କରାଯିବ । ଉପନିର୍ବାଚନର ଫଳାଫଳକୁ ସମସ୍ତଙ୍କ ରହିଛି ଉକ୍ରଣ୍ଠା । ଉଭୟ ନେତା ଓ ଜନତାଙ୍କ ଅପେକ୍ଷା ରହିଛି । ଅପରାହ୍ନ ୨ଟା ସୁଦ୍ଧା ଗଣତି ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଝାରସୁଗୁଡା ଜିଲ୍ଲାପାଳ ।
Views: 97