ଭୁବନେଶ୍ୱର : ଆସନ୍ତା ୨୯ରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିବେ । ଖୁଚିଂର କିଚକେଶ୍ଵରୀ ମନ୍ଦିର ପରିଦର୍ଶନରେ ଆସିବେ ମୁର୍ମୁ । ଏନେଇ ରାଷ୍ଟ୍ରପତି ଭବନରୁ ଖୁଚିଂ ମନ୍ଦିର କାର୍ୟ୍ୟାଳୟକୁ ଇ-ମେଲ ଆସିଛି। ମୟୂରଭଞ୍ଜ ଜିଲ୍ଲାର ଅଷ୍ଠାତ୍ରୀ ଦେବୀ ଖୂଚିଂର ମା କିଚକେଶ୍ବରୀ। ଖୁଚିଂ ମନ୍ଦିର ତରଫରୁ ମହାମହିମଙ୍କୁ ମନ୍ଦିର ପରିଦର୍ଶନରେ ଆସିବା ପାଇଁ ନିମନ୍ତ୍ରଣ ଦିଆ ଯାଇଥିଲା। ଏବେ ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଖ୍ଚିଂ ମନ୍ଦିର କାର୍ୟ୍ୟାଳୟକୁ ଆସିଛି ଇ- ମେଲ । ଖୁଚିଂ ମନ୍ଦିରକୁ ରାଷ୍ଟ୍ରପତି ଆସିବାରେ ଏହା ହେବ ପ୍ରଥମ ଘଟଣା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।
Views: 58