ନିକଟରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପିତାମାତା ହୋଇଛନ୍ତି। ଆଲିଆ ରବିବାର ଦିନ ଝିଅକୁ ଜନ୍ମ ଦେଇଛନ୍ତି। ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସେ ତାଙ୍କ ଝିଅ ସହିତ ଘରକୁ ଆସିଛନ୍ତି। ହେଲେ ଝିଅର ଫଟୋ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ଆଲିଆ ଏବଂ ରଣବୀର ନିଜ ଝିଅ ପାଇଁ କିଛି ନିୟମ ରଖିଛନ୍ତି।
ସେ ବନ୍ଧୁ କିମ୍ବା ପରିବାର ସଦସ୍ୟ ହୁଅନ୍ତୁ, ଯଦି କେହି ଶିଶୁର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି, ତେବେ ଏହା ଭାଇରାଲ ହୋଇଯିବ। ଯେଉଁଥିପାଇଁ ଦୁହେଁ ଚାହୁଁ ନାହାଁନ୍ତି । କାହିଁକି ନା ତାଙ୍କ ଝିଅ ଏପର୍ଯ୍ୟନ୍ତ ଛୋଟ। ଏହି କାରଣରୁ ସେମାନେ ଝିଅକୁ ସମସ୍ତଙ୍କଠାରୁ ଦୂରେଇ ରଖିବାକୁ ଚାହାଁନ୍ତି। ପ୍ରତ୍ୟେକ ଅତିଥିଙ୍କୁ କୋଭିଡ୍ ଟେଷ୍ଟ କରିବାକୁ କହିଛନ୍ତି । ଏବେ ଲିମିଟେଟ୍ ଲୋକ ଆସିବାକୁ ଅନୁରୋଧ କରିଛନ୍ତି।

Views: 155