ବଲାଙ୍ଗିର : ଆତ୍ମହତ୍ୟା ବଢୁଛି ସସପେନ୍ସ ବି ବଢୁଛି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ପୁଣି ଏକ ଆତ୍ମହତ୍ୟା ଘଟଣା ସାମନାକୁ ଆସିଛି। ଗତକାଲି ବଲାଙ୍ଗିରରେ ଜଣେ ଓଡ଼ିଆ ଆଲବମ ଅଭିନେତ୍ରୀ କରିଛନ୍ତି ସୁଇସାଇଡ୍। ଏପଟେ କେମିତି ଓ କେଉଁ ପରିସ୍ଥିତିରେ ରୁଚିସ୍ମିତା ଗୁରୁଙ୍କ ମୃତ୍ୟୁ ହେଲା । ବଲାଙ୍ଗିର ସୁଦପଡ଼ା ସ୍ଥିତ ମାମୁଁ ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କାହିଁକି ସୁଇସାଇଡ୍ କଲେ ରୁଚିସ୍ମିତା ? କାରଣ କଣ ହୋଇଥାପାରେ ? ଆତ୍ମହତ୍ୟା ପୂର୍ବରୁ ରୁଚିସ୍ମିତା ଓ ତାଙ୍କ ମାଆଙ୍କ ମଧ୍ୟରେ ବଚସା ହୋଇଥିଲା । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।
ମୃତଦେହ ଉଦ୍ଧାର ବେଳେ ତାଙ୍କ ବେକରେ ବ୍ଲୁଟୁଥ୍ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ତାଙ୍କ ଘର ବଲାଙ୍ଗିର ସହରର ତାଲପାଲିପଡ଼ାରେ । ଗତକାଲି ସେ ମାମୁଙ୍କ ଘରକୁ ବୁଲିବା ପାଇଁ ଯାଇଥିଲେ । ସେଠାରେ କାହିଁକି ସୁଇସାଇଡ୍ କଲେ ଅଧିକ ଖୋଳତାଡ ଚଳାଇଛି ବଲାଙ୍ଗିର ଟାଉନ ଥାନା ପୋଲିସ । ରୁଚିସ୍ମିତା ଜଣେ ସମ୍ବଲପୁର ଆଲବମ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ । ରଙ୍ଗବତୀ ଏଗେନ ଗୀତରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ରୁଚିସ୍ମିତା । ଏଥିସହ ଅନେକ ଆଲବମ୍ରେ ଗୀତ ବି ଗାଇଛନ୍ତି । ସମ୍ବଲପୁରୀ ଆଲବମ୍ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ରୁଚିସ୍ମିତା ।
ତେବେ ଏହି ଆଲବମ୍ ଅଭିନେତ୍ରୀଙ୍କ ଆଖିରେ ଆଉ ଜଣେ ଦେଖିବ ଦୁନିଆ । ଅଭିନେତ୍ରୀ ରୁଚିସ୍ମିତାଙ୍କ ଆଖିକୁ ଦାନ କରିଛନ୍ତି ପରିବାର ଲୋକ । ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ କରାଯାଇଛି ଚକ୍ଷୁ ଦାନ।
ଆଲବମ୍ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ,
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











