ଭୁବନେଶ୍ୱର : ଗତକାଲିଠୁ ଆରମ୍ଭ ହୋଇଛି ଖୁଦୁରୁକୁଣି ଓଷା । ଖୁଦୁରୁକୁଣି ଓଷାର ପ୍ରଥମ ପାଳି ଶେଷ ହୋଇଛି । ତେଣୁ ଏ ନେଇ କୁମ୍ଭକାର ମାନେ ମାସକ ଆଗରୁ ମାଟି ବାଲି ଆଣି ତିଆରି କରିଥାନ୍ତି । ଭଳିକି ଭଳି ଖୁଦରୁକୁଣି ମୂର୍ତ୍ତି । ବର୍ତ୍ତମାନ ବଜାରରେ ବିକ୍ରି ହେବାରେ ଲାଗିଛି । ଚଳିତ ବର୍ଷ ମା ଖୁଦୁରୁକୁଣିଙ୍କ ମୂର୍ତ୍ତି ୫୦ ଟଙ୍କାରୁ ଆରମ୍ଭ ହୋଇ ୫ ହଜାର ଟଙ୍କା ଯାଏଁ ରହିଛି । ତେବେ ଖୁଦୁରୁକୁଣି ଓଷା ୫ ପାଳି ଧରି ପାଳନ କରାଯାଏ । ଘରର ଅବିବାହିତ ଝିଅ ମାନେ ନିଜ ଭାଇ ମାନଙ୍କ ଦୀର୍ଘାୟୁ ସହ ଆଶିଷ କାମନା ପାଇଁ ଏହି ଓଷା କରିଥାନ୍ତି । ଭାଦ୍ରବ ମାସରେ ପଡେ ଖୁଦୁରୁକୁଣି ଓଷା । ପାଞ୍ଚ ପାଳି ଧରି ପ୍ରତ୍ୟେକ ରବିବାର ଦିନ ଝିଅ ଏହି ଓଷା କରିଥାନ୍ତି । ନଦୀ ବାଲିରେ ସକାଳ ସମୟରେ ବାଲୁକା ପୂଜା କରିବା ପରେ ସନ୍ଧ୍ୟା ସମୟରେ ମଙ୍ଗଳାଙ୍କୁ ପୂଜା କରିଥାନ୍ତି ।
Views: 102