ମୟୁରଭଞ୍ଜ : ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ-୨୦୨୩ । ପାରମ୍ପରିକ ଶୋଭାଯାତ୍ରା ତଥା କର୍ଣ୍ଣିଭାଲ ଶୋ ରେ ଦୁଲୁକି ଉଠିଥିଲା ବାରିପଦା ସହର । ମୟୁରଭଞ୍ଜର କଳା ସଂସ୍କୃତି ସ୍ଥାପତ୍ୱର ଗାଥା ବଖାଣୁଥିବା ମୟୁରଭଞ୍ଜ ମହୋତ୍ସବ ଚଳିତ ବର୍ଷ ଷଷ୍ଠ ସଂସ୍କରଣ ରେ ପଦାର୍ପଣ କରିଛି । ଆଜି ପ୍ରଥମ ଦିବସରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଜିଲ୍ଲାର ମୋଟାମୋଟି ୧୨ଟିରୁ ଅଧିକ ଆଦିବାସୀ ପରମ୍ପାରିକ ନୃତ୍ୟ ଦଳ ଏହି କାର୍ୟ୍ୟକ୍ରମ ରେ ଭାଗ ନେଇ କର୍ଣ୍ଣିଭାଲ ଶୋଭାକୁ ଦ୍ୱିଗୁଣିତ କରିଥିଲେ । ଏହି କଳା ନୈପୁର୍ଣ୍ୟର ମନୋରଞ୍ଜନ ଭରା କାର୍ୟ୍ୟକ୍ରମ ନଭେମ୍ବର ୧୧ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି କାର୍ୟ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ କଳା ସଂସ୍କୃତି ଓ ଐତିହ୍ୟ କୁ ବିଶେଷ ଭାବେ ସ୍ଥାନ ଦିଆ ଯାଇଛି ।ଏଥି ପାଇଁ ସୁସଜ୍ଜିତ ଆଲୋକ ମାଳା ସହିତ ରଙ୍ଗୀନ ରଙ୍ଗ ମଞ୍ଚର ଶୋଭା ବଢ଼ାଉଛି ଏହି ଛଉ ପଡ଼ିଆ । ଏ ବର୍ଷ ମଞ୍ଚ ଟି ପୂର୍ଣ୍ଣାଙ୍ଗ ରୁପ ନେଇଛି ।ମୟୁରଭଞ ର ଅଧିଷ୍ଠାତ୍ରୀ ଦେଵୀ ମା କିଚ୍ଚକେଶ୍ବରୀ ମନ୍ଦିରର ପ୍ରତିକୃତି । ପ୍ରତିଦିନ ସନ୍ଧ୍ୟା ୬ ଟା ରାତି ୧୧ ଟା ପର୍ୟ୍ୟନ୍ତ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲିଉଡ଼ ଓ ଓଲିଉଡ଼ ର ଅନେକ ସୁନାମ ଧନ୍ୟ କଳାକାର । ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ଉକ୍ତ ମହୋତ୍ସବ ର ଆୟୋଜକ । ଏହି ମୋହତ୍ସବ ର ଉଦଯାପନୀ ଦିବସ ରେ ଜିଲ୍ଲାର ଚାରି ଉପଖଣ୍ଡ ରୁ ଶତାଧିକ ସଦସ୍ୟ ଯୋଗଦାନ କରିଥବାର ଜଣା ପଡିଛି ।
ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ “କର୍ଣ୍ଣିଭାଲ ଶୋ” ,ଦୁଲୁକିଲା ବାରିପଦା ସହର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











