ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜୋରଦାର । ଇସ୍ରାଏଲର ଏୟାରଷ୍ଟ୍ରାଇକରୁ ବର୍ତ୍ତିଲାନି ଆମ୍ବୁଲାନ୍ସ ଓ ସ୍କୁଲ । ଆହତଙ୍କୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର ବେଳେ ଏୟାରଷ୍ଟ୍ରାଇକ । ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଆହତ ହୋଇଥିବା ସୂଚନା । ତେବେ ଆମ୍ବୁଲାନ୍ସରେ ଆତଙ୍କବାଦୀ ଥିବା ଦାବି କଲା ଇସ୍ରାଏଲ । ଉତ୍ତର ଗାଜାର ଏକ ସ୍କୁଲ ଉପରକୁ ମଧ୍ୟ ବୋମା ମାଡ ।
ଯୁଦ୍ଧ ଭିତରେ ପୁଣି ଇସ୍ରାଏଲ ଗସ୍ତରେ ଆସିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ। ତେଲ୍ ଆଭିଭରେ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିଛନ୍ତି। ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ଦୁଇ ନେତା। ଇସ୍ରାଏଲ ୱାର କ୍ୟାବିନେଟକୁ ମଧ୍ୟ ଭେଟିଛନ୍ତି ବ୍ଲିଙ୍କେନ।
ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଭେଟି କଥା ହୋଇଛନ୍ତି। ଇସ୍ରାଏଲକୁ ସମର୍ଥନ ଦୋହରାଇଛନ୍ତି ଆମେରିକାର ଏହି ଟପ୍ କୂଟନୀତିଜ୍ଞ। ପଣବନ୍ଦୀଙ୍କ ମୁକ୍ତି ପାଇଁ ସମସ୍ତ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରେ ଇସ୍ରାଏଲକୁ ୩ଥର ଆସିଲେଣି ଆଣ୍ଟୋନୀ ବ୍ଲିଙ୍କେନ।
ଆମ୍ବୁଲାନ୍ସ , ସ୍କୁଲକୁ ଏୟାରଷ୍ଟ୍ରାଇକ; ୩୫ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ଧୁକ ମୁନରେ ଲୁଟ ; ଘରେ ପଶି ହାଣିଲେ , ଲୁଟିନେଲେ ସୁନା ଗହଣା
ଉଦଳା : ଘରେ ପଶି ହାଣିଲେ , ବନ୍ଧୁକ ଦେଖାଇ ଲୁଟିନେଲେ ସୁନା ଗହଣା । କପ୍ତିପଦା ଥାନା ଝିଙ୍କପଦା ଗାଁ ଜଣଙ୍କ ଗରୁ ଲୁଟ ଅଭିଯୋଗ...
ଭୁବନେଶ୍ୱରରେ ୪୭, ୧୨୬ ବୁଲା କୁକୁର
ଭୁବନେଶ୍ୱର : ବିଏମସି ଅଞ୍ଚଳରେ ଅଛନ୍ତି ୪୭, ୧୨୬ ବୁଲା କୁକୁର । ୨୩, ୦୪୭ ଅଣ୍ଡିରା , ୧୫,୫୫୨ ମାଇ କୁକୁର ସହ ୧୧୨୪ଟି ଛୁଆ...
ନବୀନଙ୍କ ସହ ଆଉ ଲୋକ ନାହାନ୍ତି –ତାରା
ଭୁବନେଶ୍ୱର : ବିଜେପି ଓ ବିଜେଡି ବଡ ବେପାରୀ ଦଳ , ଆମେ ଲୋକଙ୍କ ଦଳ କହିଲେ ତାରା । କଂଗ୍ରେସ ପ୍ରାର୍ଥୀ ଆଦିବାସୀ , ସେଠି...
ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...