ନୂଆଦିଲ୍ଲୀ : ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ । ଭୀଷଣ ତୁଷରପାତ ଯୋଗୁ ବାତିଲ ହୋଇଛି ପ୍ରାୟ ୧୮୦୨ ଟି ବିମାନ । ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି । ଗତକାଲି ଅପରାହ୍ଣ ପ୍ରାୟ ୪ଟା ସୁଦ୍ଧା ଫ୍ଲାଇଟ୍-ଟ୍ରାକିଂ ୱେବସାଇଟରୁ ମିଳିଛି ଏହି ତଥ୍ୟ । ସେହିପରି ୨୨,୩୪୯ ଉଡ଼ାଣ ବିଳମ୍ବିତ ହୋଇଥିଲା । ଆମେରିକୀୟ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଡେଭିନ୍ ସମ୍ପର୍କିତ ସତର୍କତା ଜାରି କରାଯାଇଛି ।
Views: 57











