ୱାଶିଂଟନ: ଆମେରିକାର ଲିୱିଷ୍ଟିନରେ ବଡଧରଣର ଗୁଳିକାଣ୍ଡ । ଗୁଳିକାଣ୍ଡରେ ୨୨ ମୃତ , ଅନେକ ଆହତ । ଏଭଳି ଦୁଃଖଦ ପରିସ୍ଥିତି ସମସ୍ତଙ୍କୁ କରିଛି ମର୍ମାହତ । ଚାରିଆଡ଼େ ପଡିଛି ଶବ । ବନ୍ଧୁକର ଗୁଳିରେ ଚାଲିଗଲା ୨୨ ଜଣଙ୍କ ପ୍ରାଣ । କାହା ଛାତିରେ ଗୁଳି ବାଜିଛି ତ ଆଉ କାହା ମୁଣ୍ଡରେ । ଏମିତି ଅନେକ ଲୋକଙ୍କର ଆଖି ପିଛୁଳାକେ ମୃତ୍ୟୁ ଘଟିଛି । ଘରୁ ବାହାରିଥିଲେ ଖୁସି ହୋଇ କିନ୍ତୁ କିଏ ଜାଣିଥିଲା ମୃତ୍ୟୁ ଏମାନଙ୍କ ବାଟକୁ ଅନାଇ ବସିଛି । ହଠାତ ଏମାନଙ୍କ ଉପରକୁ ହୋଇଥିଲା ଗୁଳି ବର୍ଷା । ବନ୍ଧୁକର ଗୁଳି ଶବ୍ଦରେ ଚାରିଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରୁ ଲୋକମାନେ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ଗୁଳି ମୁନର ଶିକାର ହୋଇଥିଲେ କିଛି ଲୋକ । ସୂଚନା ଅନୁସାରେ ଗତକାଲି ରାତିରେ ଆମେରିକାର ଲେବିଷ୍ଟୋନରେ ଭୟାବହ ଗୁଳିକାଣ୍ଡ ହୋଇଥିଲା । ଗୁଳିକାଣ୍ଡରେ ୨୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ୬୦ ଜଣ ଆହତ ହୋଇଛନ୍ତି । ଏକ ବାର ଓ ୱାଲମାର୍ଟ ଡିଷ୍ଟ୍ରିବ୍ୟୁସନ ସେଣ୍ଟରରେ ଗୁଳିମାଡ଼ କରିଛି ଜଣେ ବନ୍ଧୁକଧାରୀ । ଏପର୍ୟ୍ୟନ୍ତ ଅଭିଯୁକ୍ତକୁ ଧରିପାରିନି ପୋଲିସ । ରିପୋର୍ଟ ଅନୁସାରେ ଅଭିଯୁକ୍ତ ନିକଟରେ ଏକ ଲମ୍ବା ବନ୍ଧୁକ ଥିଲା, ଯାହା ସାହଯ୍ୟରେ ସେ ଗୁଳି ବର୍ଷା କରିଥିଲା । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା ରହିଛି । ଘଟଣାର ଅଧିକ ତଦନ୍ତ ଚାଲିଛି । ଆମେରିକାର ଲେବିଷ୍ଟୋନ ସହରର ପୋଲିସ୍ ଅଧିକାରୀମାନେ ଗୁଳି ବିନିମୟ ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ଆକ୍ଟିଭ୍ ସୁଟରଙ୍କୁ ଖୋଜୁଛନ୍ତି । ରିପୋର୍ଟ ଅନୁଯାୟୀ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ଦୁଇଟି ଫଟୋ ପୋଷ୍ଟ କରାଯାଇଛି ଯେଉଁଥିରେ ଅଭିଯୁକ୍ତ ତାର ହାତରେ ଏକ ସେମି ଅଟୋମେଟିକ୍ ରାଇଫଲ ଧରିଥିବା ଦେଖାଯାଇଛି । ଗୁଳି ବିନିମୟରେ ସମ୍ପୃକ୍ତ ଆକ୍ରମଣକାରୀ ରବର୍ଟ କାର୍ଡ ବୋଲି କୁହାଯାଉଛି । ସେ ପ୍ରାୟ ୨୦ ବର୍ଷ ପର୍ୟ୍ୟନ୍ତ ସେନାରେ ହାବିଲଦାର ଭାବରେ କାର୍ୟ୍ୟ କରିଥିଲା ।
ଆମେରିକାରେ ଗୁଳିକାଣ୍ଡ, ୨୨ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







