ଭୁବନେଶ୍ୱର : ରାଜ୍ୟରେ ଆରମ୍ଭ ହେଲା “ଆମ ଶାସନ” ବ୍ୟବସ୍ଥା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କୁ ଫୋନ କରି ବିଭିନ୍ନ ଯୋଜନା ବାବଦରେ ମତାମତ ନେଲେ ମୁଖ୍ୟମନ୍ତ୍ରୀ । ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ । ଅଭିଯୋଗ ଲାଗି ଫୋନ ନମ୍ବର ୧୪୪୭୧ ।
ଜନତାଙ୍କ ନିକଟରେ ସମସ୍ତ ସରକାରୀ ସେବା କିପରି ପହଞ୍ଚିବ ଯୋଜନାର ସଫଳ ରୂପାୟନ କିପରି ହେବ ସମସ୍ୟା ଥିଲେ କିଭଳି ସମାଧାନ ହେବ ଜନତାଙ୍କ ଠାରୁ ସରକାର ସିଧାସଳଖ ମତାମତ ନେବେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀ ଓ ଅଧିକାରୀ ମାନେ ଜନତାଙ୍କୁ ଫୋନ୍ କରି ମତାମତ ନେବେ। ମୋବାଇଲକ୍ ଆପ୍ ମାଧ୍ୟମରେ ନିଆଯିବ ମତାମତ।
ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ।
Views: 140











