ଜଗତସିଂହପୁର : ଜଗତସିଂହପୁର ବ୍ଲକର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ମାନେ ଆଜି ରାଜ୍ୟ ସରକାର ଙ୍କ ଆମ ଓଡିଶା ଓ ନବୀନ ଓଡିଶା ଉନ୍ନୟନ ମୂଳକ କାର୍ଯ୍ୟରେ ଅଣଦେଖା କରାଯିବାକୁ ନେଇ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନ ପ୍ରତିନିଧି ମାନେ ଗଣ ଧାରଣା ଦେଇଥିବାର ଦେଖାଯାଇଛି । ସୂଚନା ଅନୁଯାଇ ରାଜ୍ୟ ସରକାରଙ୍କ ଓଡିଶା ବିଭିନ୍ନ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟ ନିମନ୍ତେ ଆସିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସମ୍ପୂର୍ଣ ଭାବେ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ଅଣଦେଖା କରାଯିବା ସହିତ ପଞ୍ଚାୟତ ରାଜ ବିଭାଗର ନିୟମାବଳୀକୁ ହତ୍ୟା କରାଯାଉ ଥିବା ନେଇ ଏହି ଦାବୀରେ ଉପସ୍ଥାପନା କରିଛନ୍ତି ଜନପ୍ରତିନିଧି ମାନେ । ଅନ୍ୟପଟେ ଯଦି ଏହି ଦାବିକୁ ନଶୁଣା ଯାଏ ଏବଂ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କର କୌଣସି କଥାକୁ ଗୁରୁତ୍ୱ ନଦିଆ ଯାଇ ଆବଶ୍ୟକ ହେଉଥିବା ପ୍ରକଳ୍ପ ଗୁଡିକୁ ବାଦ ଦିଆଯାଏ ତେବେ ଏ ଆନ୍ଦୋଳନ ଜୋର ଧରିବ । ଯାହାକୁ ନେଇ ସମସ୍ତ ପଞ୍ଚାୟତ ର ଜନ ପ୍ରତିନିଧି ମାନେ ଜଗତସିଂହପୁର ବ୍ଲକ ସମ୍ମୁଖରେ ଗଣ ଧାରଣା ଦେବା ସହିତ ଏହାକୁ ଦୃଢ ପ୍ରତିବାଦ କରୁଥିବାର ଦେଖାଯାଇଛି ।
“ଆମ ଓଡ଼ିଶା ନବୀନ ଓଡିଶା” କାର୍ଯ୍ୟକ୍ରମରେ ସରପଞ୍ଚ ମାନଙ୍କୁ ଅଣଦେଖା ପ୍ରତିବାଦରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











