ନୂଆଦିଲ୍ଲୀ : ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ଆମ ଆଦମୀ ପାର୍ଟି ସାଂସଦ ଏନଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି। ଦିଲ୍ଲୀରେ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଇଡି। ଜଳ ସମ୍ପଦ ବିଭାଗରରେ ବ୍ୟାପକ ଘୋଟାଲା ମାମଲାରେ ଇଡି ଏହି ରେଡ୍ କରୁଛି। ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶଲଭ କୁମାରଙ୍କ ଘର ସହ ଅନ୍ୟ କିଛି ନେତାଙ୍କ ଘରେ ମଧ୍ୟ ରେଡ୍ କରିଛି ଇଡି। ଦିଲ୍ଲୀ ସମେତ ଚଣ୍ଡିଗଡ଼ ଏବଂ ବାରଣାସୀରେ ମଧ୍ୟ କିଛି ସ୍ଥାନରେ ରେଡ୍ ଚାଲିଛି। ଏହି ରେଡକୁ ନେଇ ପ୍ରତିକ୍ରିୟା ରଖିଛି ଆମ ଆଦମି ପାର୍ଟି। ଦିଲ୍ଲୀର ମନ୍ତ୍ରୀ ଅତିଶୀ ଏହି ରେଡକୁ ନେଇ ଆମେ ଡରିବୁ ନାହିଁ ବୋଲି କଛନ୍ତି। ଏବେଯାଏଁ ଗୋଟିଏ ଟଙ୍କା ମଧ୍ୟ ଜବତ କରିନାହିଁ ଇଡି। ଗୋଟିଏ ହେଲେ ବି ପ୍ରମାଣ ପାଇନାହାନ୍ତି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଅର୍ଥ ହେରଫେର ମାମଲାରେ ସେମାନଙ୍କର ଅନେକ ନେତା ଫସିଛନ୍ତି । ଇଡିର ଖଣ୍ଡା ନିଜେ କେଜ୍ରିୱାଲଙ୍କ ଉପରେ ଲାଗିଛି। ଇଡିରୁ କେଜ୍ରିୱାଲଙ୍କୁ ପାଞ୍ଚଟି ସମନ ପଠାଯାଇଛି ।
ଆମ ଆଦମି ପାର୍ଟି ନେତାଙ୍କ ଘରେ ଇଡି ରେଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











