ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ କଲା ଆମେରିକା । ଗତ ୨୬ ତାରିଖରେ ହ୍ୱାଇଟ୍ ହାଉସ୍ ନିକଟରେ ଘଟିଥିବା ଗୁଳିକାଣ୍ଡ ଜବାବରେ ଟ୍ରମ୍ପ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଆଫଗାନିସ୍ତାନ ପାସପୋର୍ଟ ଥିବା ସମସ୍ତ ଯାତ୍ରୀଙ୍କ ଭିସା ଜାରି ଉପରେ ରୋକ୍ ଲଗାଇଛି । ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ବୈଦେଶିକ ବିଭାଗ ଏହି ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନ, ଲିବ୍ୟା, ସୋମାଲିଆ ଭଳି କିଛି ଦେଶରୁ ସ୍ଥାୟୀ ଭାବେ ମାଇଗ୍ରେସନ ବନ୍ଦ କରିବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । ୱାସିଂଟନ ଡିସି ଆକ୍ରମଣରେ ୱେଷ୍ଟ ଭର୍ଜିନିଆ ନ୍ୟାସନାଲ ଗାର୍ଡର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଆଫଗାନିସ୍ତାନ ନାଗରିକ ରହମାନୁଲ୍ଲା ଲକାନୱାଲ ଏହି ଗୁଳିକାଣ୍ଡ କରିଥିଲା । ଯିଏ ଆଫଗାନିସ୍ତାନରୁ ୨୦୨୧ରେ ଶରଣାର୍ଥୀ ଭାବେ ଆମେରିକା ଆସିଥିଲା । ସେ ପୂର୍ବରୁ ଆଫଗାନିସ୍ତାନ ସେନାରେ ଥିଲା ଏବଂ ଆମେରିକା ସେନା ସହ କାମ କରିଥିଲେ ।
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











