ନୂଆଦିଲ୍ଲୀ : ଭିଏତ୍ନାମ ରାଜଧାନୀ ହନୋଇରେ ଏକ ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସ୍ଥାନୀୟ ସମୟାନୁସାରେ, ସେପ୍ଟେମ୍ବର ୧୩ ତାରିଖ ବିଳମ୍ବିତ ରାତିରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।
ଏଏନ୍ଆଇ ରିପୋର୍ଟ ମୁତାବକ, ଭିଏତ୍ନାମ ନ୍ୟୁଜ୍ ଏଜେନ୍ସି କହିଛି ଯେ ବିଳମ୍ବିତ ରାତି ପାଖାପାଖି ୨ଟା ସମୟରେ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ୯ମ ମହଲାରେ ନିଆଁ ଲାଗିଯାଇଥିଲା। ଏଠାରେ ପ୍ରାୟ ୧୫୦ ଲୋକ ରହୁଥିଲେ। ହନୋଇରେ ଥିବା ଏହି ବିଲ୍ଡିଂ ସହରର ଆବାସୀୟ ଅଞ୍ଚଳରେ ଏକ ସଂକୀର୍ଣ୍ଣ ଗଳି ଭିତରେ ରହିଥିଲା। ନିଆଁ ଲାଗିବା ପରେ ଉଦ୍ଧାର କାର୍ୟ୍ୟ ଦ୍ରୁତ ଗତିରେ ଜାରି ରହିଛି, ଯେଉଁ କାରଣରୁ ପାଖାପାଖି ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଅଗ୍ନିକାଣ୍ଡରେ ପୀଡ଼ିତଙ୍କ ମଧ୍ୟରେ ଅନେକ ଛୋଟ ପିଲା ମଧ୍ୟ ଅଛନ୍ତି। ରିପୋର୍ଟ ମୁତାବକ, ବିଲ୍ଡିଂର ଛୋଟ ବାଲ୍କୋନିଗୁଡ଼ିକରେ ଲୁହା ତାର ବାଡ଼ ଘେରାଯାଇଥିଲା। ଆପାର୍ଟମେଣ୍ଟରୁ ବାହାରିବା ପାଇଁ କେବଳ ଗୋଟିଏ ହିଁ ରାସ୍ତା ଥିଲା, ଏପରି କି, କୌଣସି ଏମରଜେନ୍ସି କବାଟ ମଧ୍ୟ ନ ଥିଲା।
ଆପାର୍ଟମେଣ୍ଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୫୦ ମୃତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...
e-KYC କରି ନ ଥିଲେ ମିଳିବନି ଚାଉଳ ; ମନ୍ତ୍ରୀ
ଭୁବନେଶ୍ୱର : e-KYC କରି ନ ଥିଲେ ଆସନ୍ତା ମାସରୁ ବନ୍ଦ ହେବ ଚାଉଳ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।...
MKCGରେ ଇଣ୍ଟର ମିଟ୍ ; ୩ ଛାତ୍ର ଆହତ
ବ୍ରହ୍ମପୁର : ଏମକେସିଜିରେ ଇଣ୍ଟର ମେଡିକାଲ ମିଟ ବେଳେ ୩ ଛାତ୍ର ଆହତ । କଟକ ଏସସିବିର ୩ ଛାତ୍ର ଉତ୍ସବ ପାଳନ ବେଳେ ଆହତ ।...