ବ୍ୟୁରୋ : ଆପଣଙ୍କ ବେକରେ କଳା ଦାଗ ରହିଛି କି ? ଯାହାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? କଳା ଦାଗ କମୁ ନାହିଁ କି ? ଅନେକ କିଛି ସାମଗ୍ରୀ ବ୍ୟବହାର କଲା ପରେ ମଧ୍ୟ କଳା ଦାଗ କମୁ ନାହିଁ କି ? ଏହି ସବୁ ପ୍ରଶ୍ନ ଆପଣଙ୍କ ମନରେ ଉଠୁଥିବ । ଝାଳ ବୋହୁଥିବା ଯୋଗୁଁ ଶରୀରରେ କଳା ଦାଗ ରହିଯାଏ । ଅନେକଙ୍କ ବେକରେ କଳା ଦାଗ ରହିଯାଏ ଯାହା ଫଳରେ କୈାଣସି ବିବାହ ହେଉ କିମ୍ବା ସାଂସ୍କୃତିକ କାର୍ଯ୍ୟରେ ମଧ୍ୟ ଆମେ ବେକ ପୋଷାକରେ ଗୁଡେଇ ରଖିଥାଉ । ବେକରେ ଥିବା କଳା ଦାଗ ଯୋଗୁଁ ମୁହଁ ଉପରେ ଏହାର ପ୍ରଭାବ ପକାଇଥାଏ । ତେବେ ବେକରେ ଥିବା କଳା ଦାଗ କିପରି ହଟାଇବେ ? ଆସନ୍ତୁ ଜାଣିବା କିଛି ସରଳ ଟିପ୍ସ ।
ଲେମ୍ବୁ ଓ ମହୁ –ଏକ ପାତ୍ରରେ ଏକ ଚାମଚ ଲେମ୍ବୁ ରସ ଏବଂ କିଛି ମହୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କର । ଏହା ପରେ ମିଶ୍ରଣକୁ ବେକରେ ଥିବା କଳା ଦାଗ ଉପରେ ଲଗାନ୍ତୁ । ଦେଖିବେ ଏହ ି ପରି କରିବା ଦ୍ୱାରା କିଛି ଦିନ ଭିତରେ ବେକରେ ଥିବା କଳା ଦାଗ କମିଯିବ ।
କ୍ଷୀର , ହଳଦୀ, ବେସନ-ଏହି ପେଷ୍ଟକୁ ତିଆରି କରିବା ପାଇଁ ଏକ ଚାମୁଚ କ୍ଷୀର , ବେସନ ଏବଂ ହଳଦୀକୁ ନେଇ ଏକ ମିଶ୍ରଣ ପ୍ରସ୍ତୁତ କର । ଏହାକୁ ନେଇ ବେକରେ ହୋଇଥିବା କଳା ଦାଗରେ ଲଗାନ୍ତୁ । ବେକରେ ଲଗାଇବାର କିଛି ସମୟ ପରେ ସଫା ପାଣିରେ ଧୋଇ ଦିଅନ୍ତୁ । କିଛି ଦିନ ଧରି ଏପରି କରିବା ଦ୍ୱାରା ଆପଣଙ୍କ ବେକରୁ କଳା ଦାଗ ହଟିଯିବ ।
ଲେମ୍ବୁ, ବେସନ-ଏକ ପାତ୍ରରେ ଏକ ଚାମୁଚ ଲେମ୍ବୁ ରସ ଏବଂ ବେସନ ନିଅ । ଏହାକୁ ନେଇ ଏକ ପେଷ୍ଟ ତିଆରି କରି । ଏହା ପରେ ବେକରେ ହୋଇଥିବା କଳା ଦାଗରେ ଲଗାଅ ।
ଦହି ଏବଂ କଞ୍ଚା ଅମୃତ ଭଣ୍ଡା – ପ୍ରଥମେ କଞ୍ଚା ଅମୃତ ଭଣ୍ଡାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଦିଅ । ଏହା ପରେ ଏଥିରେ ଦହି ଏବଂ ଗୋଲାପ ଜଳକୁ ପକାଇ ମିକ୍ସ କରି ଦିଅ । ଏହା ପରେ ଏହି ମିଶ୍ରଣକୁ ବେକରେ ଥିବା କଳା ଦାଗରେ ଲଗଇ ଶୁଖିବା ପାଇଁ ଛାଡି ଦିଅ । ଏହା ପରେ ସଫା ପାଣିରେ ଧୋଇ ଦିଅ । ଧୀରେ ଧୀରେ ବେକରୁ କଳା ଦାଗ ହଟିଯିବ ।
ଆପଣଙ୍କର ବେକରେ କଳା ଦାଗ ରହିଛି କି ? ଆପଣାନ୍ତୁ ଏହି ଘରୋଇ ଉପାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











