କୋରାପୁଟ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀ ଠାରେ ଓଡିଶା ଡ୍ରାଇଭର ମହା ସଂଘ ଆହ୍ବନ କ୍ରମେ ସେପ୍ଟେମ୍ବର ୧ ତାରିଖକୁ ଓଡ଼ିଶା ଡ୍ରାଇଭର ମହା ସଂଘ ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଶା ଡ୍ରାଇଭର ମହା ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମିନ୍ଦୁଳି ଏବଂ ତାଙ୍କ କମିଟି ନିଷ୍ପତ୍ତି କ୍ରମେ ଆଜି ବନ୍ଧୁଗାଁ ଶାଖା ଦ୍ଵାରା ପ୍ରଥମ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ତରଫରୁ ସାନ ସରୁପାଲ୍ଲୀ ଠାରୁ ବନ୍ଧୁଗାଁ ଥାନା ପର୍ୟ୍ୟନ୍ତ ଏକ ସଭାଯାତ୍ରାରେ ବାହାରି ସମସ୍ତଙ୍କୁ ଗାଡ଼ି ଚଳାଇବାର ସମୟରେ ଟ୍ରାଫିକ ଠାରୁ ଆରମ୍ଭ କରି ନିଜ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନତା କରିଥିଲେ। ଏହା ପରେ ସାନ ସରୁପାଲ୍ଲୀ ଠାରେ ଥିବା ଡ଼୍ରାଇଭର ମହାସଂଘ କାର୍ୟ୍ୟାଳୟ ଠାରେ ଡ଼୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ସଭାପତି ଲକ୍ଷ୍ମୀକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ସଭା କରାଯାଇ ଉପସ୍ଥିତ ଥିବା ଡ଼୍ରାଇଭର ଭାଇ ମାନେ ଯେପରି ଗାଡ଼ି ଚଳାଇବା ସମୟରେ ନିୟମ ମାନି ଚଳାଇବା ପରସ୍ପରକୁ ସାହାଯ୍ୟ କରି ଏଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଡ଼୍ରାଇଭର ମହାସଂଘର ପ୍ରଥମ ଦିବସ ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ ସଭାଟିକୁ ଡ଼୍ରାଇଭର ମହାସଂଘ ଉପ ସଭାପତି ସନ୍ତୋଷ କୁମାର ନାଗ ପରିଚାଳନା କରିଥିବା ବେଳେ ସମ୍ପାଦକ ପ୍ରିୟରଞ୍ଜନ ରାୟ ଏବଂ ଶରତ କୁମାର ପାଣି ସହଯୋଗ କରିଥିଲେ।
ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକ ଠାରେ ଓଡିଶା ଡ୍ରାଇଭର ମହା ସଂଘର ପ୍ରଥମ ଦିବସ ପାଳିତ

Facebook
Twitter
LinkedIn
Facebook
Twitter
LinkedIn
Recent News
ଦୀପାବଳି ପାଇଁ କଟକଣା ; ସନ୍ଧ୍ୟା ୭ଟାରୁ ୯ଟାଯାଏଁ ଫୁଟାଇବେ ବାଣ
ଭୁବନେଶ୍ୱର : ଚଳିତବର୍ଷ ଅକ୍ଟୋବର ୨୦ ତାରିଖରେ ସାରା ଦେଶ ପାଳନ କରିବ ଦୀପାବଳି । ତେବେ ପ୍ରତିଥର ବାଣକୁ ନେଇ ଗାଇଡଲାଇନ୍ ଆସୁଥିବା ବେଳେ ଚଳିତବର୍ଷ...
୫ ହଜାର ବୋତଲ କଫ୍ ସିରପ ଜବତ
ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ...
ଶ୍ରୀମନ୍ଦିରରେ ହେବ ୱାକିଟକି ବ୍ୟବସ୍ଥା : ଗିରୀଶ
ପୁରୀ : ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ବାରଣ ହେବ ମୋବାଇଲ ଫୋନ ।କୈାଣସି ପୋଲିସ କି ସେବାୟତ ବି ନେଇ ପାରିବେନି ମୋବାଇଲ । ଆଗକୁ ୱାକିଟକି ବ୍ୟବସ୍ଥା...
୧୬ରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ
ନୂଆପଡା : ଆସନ୍ତା ୧୬ ତାରିଖରେ ନୂଆପଡା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୬ରେ ବିଜେପି ପ୍ରାର୍ଥୀଙ୍କ ନାମାଙ୍କର ଦାଖଲ ବେଳେ ଉପସ୍ଥିତ ରହିବେ ।...