କୋରାପୁଟ : କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀ ଠାରେ ଓଡିଶା ଡ୍ରାଇଭର ମହା ସଂଘ ଆହ୍ବନ କ୍ରମେ ସେପ୍ଟେମ୍ବର ୧ ତାରିଖକୁ ଓଡ଼ିଶା ଡ୍ରାଇଭର ମହା ସଂଘ ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଶା ଡ୍ରାଇଭର ମହା ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମିନ୍ଦୁଳି ଏବଂ ତାଙ୍କ କମିଟି ନିଷ୍ପତ୍ତି କ୍ରମେ ଆଜି ବନ୍ଧୁଗାଁ ଶାଖା ଦ୍ଵାରା ପ୍ରଥମ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ତରଫରୁ ସାନ ସରୁପାଲ୍ଲୀ ଠାରୁ ବନ୍ଧୁଗାଁ ଥାନା ପର୍ୟ୍ୟନ୍ତ ଏକ ସଭାଯାତ୍ରାରେ ବାହାରି ସମସ୍ତଙ୍କୁ ଗାଡ଼ି ଚଳାଇବାର ସମୟରେ ଟ୍ରାଫିକ ଠାରୁ ଆରମ୍ଭ କରି ନିଜ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନତା କରିଥିଲେ। ଏହା ପରେ ସାନ ସରୁପାଲ୍ଲୀ ଠାରେ ଥିବା ଡ଼୍ରାଇଭର ମହାସଂଘ କାର୍ୟ୍ୟାଳୟ ଠାରେ ଡ଼୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ସଭାପତି ଲକ୍ଷ୍ମୀକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ସଭା କରାଯାଇ ଉପସ୍ଥିତ ଥିବା ଡ଼୍ରାଇଭର ଭାଇ ମାନେ ଯେପରି ଗାଡ଼ି ଚଳାଇବା ସମୟରେ ନିୟମ ମାନି ଚଳାଇବା ପରସ୍ପରକୁ ସାହାଯ୍ୟ କରି ଏଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଡ଼୍ରାଇଭର ମହାସଂଘର ପ୍ରଥମ ଦିବସ ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ ସଭାଟିକୁ ଡ଼୍ରାଇଭର ମହାସଂଘ ଉପ ସଭାପତି ସନ୍ତୋଷ କୁମାର ନାଗ ପରିଚାଳନା କରିଥିବା ବେଳେ ସମ୍ପାଦକ ପ୍ରିୟରଞ୍ଜନ ରାୟ ଏବଂ ଶରତ କୁମାର ପାଣି ସହଯୋଗ କରିଥିଲେ।
ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକ ଠାରେ ଓଡିଶା ଡ୍ରାଇଭର ମହା ସଂଘର ପ୍ରଥମ ଦିବସ ପାଳିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











