The Ultimate Managed Hosting Platform
ADVERTISEMENT

ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର :ପୁଷ୍ଟିକର ଖାଦ୍ୟ ପାଇବେ ଗର୍ଭବତୀ ଓ ପ୍ରସୂତି ମାଆ

Facebook
Twitter
LinkedIn

କରଞ୍ଜିଆ : ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ପ୍ରଥମ ଥର ପାଇଁ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର । ମୟୁରଭଞ୍ଜରେ ଥିବା ଆଦିମ ଜନଜାତି ଖଡ଼ିଆ ଏବଂ ମାଙ୍କିଡିଆ ସମ୍ପ୍ରଦାୟର ଗର୍ଭବତୀ ମାଆ ଓ ଶିଶୁମାନଙ୍କ ପାଇଁ ଶିମିଳିପାଳ ପାଦଦେଶରେ ଥିବା ଜଶୀପୁର ବ୍ଲକର ଦୁର୍ଦୁରା ଗ୍ରାମରେ ଏକ ପୋଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ତେବେ ମୟୁରଭଞ୍ଜରେ ପ୍ରଥମ ପୋଷଣ କେନ୍ଦ୍ର ଭାବେ ରହିଥିବା ବେଳେ ଶିଶୁ ଓ ମାତୃ ସୁରକ୍ଷା ଏବଂ ପୋଷଣର ବିକାଶ ନିମନ୍ତେ ଓପିଲିପି ମାଧ୍ୟମରେ ଏହା ପରିଚାଳିତ ହେଉଛି ।

ଏହି ପୋଷଣ କେନ୍ଦ୍ରକୁ କରଞ୍ଜିଆ ଉପଜିଲ୍ଲାପାଳ ଉଦ୍‌ଘାଟନ କରିବା ସହ କିଭଳି ଭାବେ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ଗର୍ଭବତୀ ଓ ପ୍ରସୂତି ମାଆମାନେ ପାଇବେ ତେବେ ସେନେଇ ଜଶୀପୁରରେ ଥିବା ଖଡ଼ିଆ ମାଙ୍କଡ଼ିଆ ଉନ୍ନୟନ ସଂସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି

କଟକ : ନିଲମ୍ବିତ ହେଲେ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଭାପତି ନିହାର ରଞ୍ଜନ ମହାନ୍ତି । ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଭାଇରଲ ଘଟଣାରେ ଗିରଫ ପରେ...

Login