ସୁନ୍ଦରଗଡ଼ :ସୁନ୍ଦରଗଡ଼ ଯୁବ ବିଜେଡି ଟାଉନ ସଭାପତିଙ୍କ ଆତ୍ମହତ୍ୟା। ଗତକାଲି ରାତିରେ ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ବେକରେ ଗାମୁଛା ଲଗାଇ ନିଜ ଘରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି । ଏଇ ଖବର ଆଜି ସକାଳେ ପ୍ରସାରିତ ହେବା ପରେ ଶତାଧିକ ବିଜେଡି କର୍ମୀ ଓ ସାଧାରଣ ଜନତା ତାଙ୍କ ଭିତିରିଆପଡା ଘରେ ଭିଡ଼ ଜମାଇ ଥିଲେ। ସେ ଜଣେ ମେଳାପୀ ଯୁବନେତା ଭାବେ ସେ ସୁନ୍ଦରଗଡ଼ ସହରରେ ଜଣାଶୁଣା ଥିଲେ, ବିଳମ୍ବିତ ରାତି ୧୨ଟା ପରେ ନିଜ ହ୍ୱାଟସଆପ ଷ୍ଟାଟସରେ ସରି ଅଲ ଅଫ ୟୁ ମଧ୍ୟ ଲେଖିଛନ୍ତି ବୋଲି ଜଣାପଡିଛି। ଟାଉନ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।
Views: 91