ନୂଆଦିଲ୍ଲୀ : ‘ଲସ୍କର-ଏ-ଜବାର’ର ସଂସ୍ଥାପକ ଦାଉଦ ମଲିକଙ୍କୁ ହତ୍ୟା କରାଯାଇଛି। କିଛି ଅଜଣା ଆକ୍ରମଣକାରୀ ଦାଉଦଙ୍କୁ ଗୁଳି କରି ହତ୍ୟା କରିଛନ୍ତି। କୁହାଯାଉଛି, ଭାରତର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ମସୁଦ ଅଜହରଙ୍କର ସେ ଡାହାଣ ହାତ ଥିଲେ।
ପାକିସ୍ତାନୀ ଖବରକାଗଜ ମୁତାବକ, ପୋଲିସ କହିଛି ଯେ ପାକିସ୍ତାନର ଉତ୍ତର ୱାଜିରିସ୍ତାନରେ ଶୁକ୍ରବାର ସକାଳେ ମାସ୍କ ପିନ୍ଧିଥିବା ଅଜଣା ଆକ୍ରମଣକାରୀମାନେ ଗୁଳି ମାରି ଆତଙ୍କବାଦୀ ଦାଉଦ ମଲିକଙ୍କୁ ହତ୍ୟା କରିଛନ୍ତି। ଉତ୍ତର ୱାଜିରିସ୍ତାନ ପାକିସ୍ତାନର ଏକ ଆଦିବାସୀ ଜିଲ୍ଲା, ଏଠାରେ ମିରାଲୀ ଅଞ୍ଚଳରେ ଦାଉଦଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ଟାର୍ଗେଟ୍ କରାଯାଇ ଗୁଳି ଚଳାଯାଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରିପୋର୍ଟ ମୁତାବକ, ଏକ ବ୍ୟସ୍ତବହୁଳ ବଜାରରେ ଦିନ ଦ୍ୱିପ୍ରହରରେ ଅଜଣା ଆକ୍ରମଣକାରୀ ଦାଉଦ ମଲିକଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂଚନାଥାଉ କି, ୨୦୨୩ରେ ଏ ପର୍ୟ୍ୟନ୍ତ ୪୧ଟି ଟାର୍ଗେଟେଡ୍ ଆକ୍ରମଣ କରାଯାଇଛି, ଯେଉଁଥିରେ ଅତି କମ୍ରେ ୫୦ ଜଣଙ୍କର ମୃତ୍ୟୁ ଘଟିଛି। ଦାଉଦ ମଲିକ ମୁସାକି ଗାଁର ବାସିନ୍ଦା ଥିଲେ। ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଆତଙ୍କବାଦୀ ଦାଉଦ ମଲିକଙ୍କୁ ପାକିସ୍ତାନରେ ହତ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆଉ ନିର୍ବାଚନ ଲଢିବିନି , ଏଥର ଯୁବପିଢୀଙ୍କୁ ସୁଯୋଗ ଦେବି : ଜୁଏଲ
ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବିନି କହିଲେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲଙ୍କ ବୟାନ । ଗତ ନିର୍ବାଚନ...
୨୨ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି : ଛତିଶଗଡରେ ଆତ୍ମସମର୍ପଣ କଲେ ୨୨ ମାଓବାଦୀ । ବସ୍ତର ଆଇଜି ଓ ନାରଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ । ଆତ୍ମସମର୍ପଣ ମାଓବାଦୀଙ୍କ ମଧ୍ୟରେ...
ଡେଲାଙ୍ଗରେ ବାର୍ଡ ଫ୍ଲୁ ସ୍ପଷ୍ଟ
ପିପିଲି : ଡେଲାଙ୍ଗରେ ସ୍ପଷ୍ଟ ହେଲା ବାର୍ଡ ଫ୍ଲୁ । H5N1 ନମୁନା ପରୀକ୍ଷାରୁ ଆସିଲା ପଜିଟିଭ ରିପୋର୍ଟ । ଆଭିଏନ ଇନ ଫ୍ଲୁଏନଞ୍ଜା ଭାଇରସ ପିଜିଟିଭ...
ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ
ଭୁବନେଶ୍ୱର : ୪ ଦିନ ପରେ ଗଡ଼ିଲା ବସ୍ । ଆଜିଠୁ ରାଜ୍ୟରେ ଗଡ଼ିଲା ଘରୋଇ ବସ୍ । ବସ ଚଲାଚଳ ନେଇ ଗତକାଲି ଘରୋଇ ବସ୍...