The Ultimate Managed Hosting Platform
ADVERTISEMENT

‘ଆଣ୍ଟିୟା ଡ୍ୟାନ୍ସ କରେଙ୍ଗୀ’ରେ ନଜର ଆସିଲେ ସନି ଲିଓନି

Facebook
Twitter
LinkedIn

ବଲିଉଡ୍‌ର ବହୁ ଚର୍ଚ୍ଚିତ ନାୟିକା ସନି ଲିଓନି । ତାଙ୍କୁ ସମସ୍ତେ ଆଇଟମ୍ ଗାର୍ଲ ଭାବରେ ଜାଣନ୍ତି । ସନି ଲିଓନିଙ୍କ ଆଇଟମ୍ ଗୀତ ଯେ କେହିବି ଦେଖିବ ତାଙ୍କର ଦିୱାନା ହୋଇଯିବେ । ଏବଂ ସେ ଅନେକ ଲୋକପ୍ରିୟତା ହାସଲ୍ କରିବା ସହ ଲୋକ ମାନଙ୍କୁ ଭରପୂର ମନୋରଂଜନ ଯୋଗାଇ ଦିଅନ୍ତି । ତେବେ ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଥିବାରୁ ଏବେ ସନି ଏକ ବାହାଘରିଆ ଗୀତ ନେଇ ପୁଣି ଥରେ ସାମ୍ନାକୁ ଆସିଛନ୍ତି। ସନିଙ୍କର ଏହି ଗୀତ ବାହାଘରରେ ଏବେ ଅଧିକ ମିଠାପଣ ଭରି ଦେବ ବୋଲି ଚର୍ଚ୍ଚା ଜୋର ଧରିଛି। ସନି ଲିଓନିଙ୍କର ଏହି ନୂଆ ଗୀତ ହେଉଛି ‘ଆଣ୍ଟିଆ ଡ୍ୟାନ୍ସ କରେଙ୍ଗୀ’।
ବଲିଉଡ୍ ଡ୍ୟାନ୍ସିଂ କୁଇନ୍ଙ୍କ ଅଭିନୀତ ଏହି ଗୀତ ଜାନୁଆରୀ ୫ ତାରିଖରେ ରିଲିଜ୍ ହୋଇଛି। ରିଲିଜ୍ ହେବାର ମାତ୍ର କିଛି ସମୟ ମଧ୍ୟରେ ହିଁ ଏହି ଗୀତ ଲୋକଙ୍କ ମଧ୍ୟରେ ଖୁବ୍ ପପୁଲାର ହୋଇଯାଇଛି। ଲୋକମାନେ ଏହି ଗୀତକୁ ବେଶ୍ ଆଗ୍ରହର ସହକାରେ ଦେଖୁଛନ୍ତି। ଏଣୁ ଇତି ମଧ୍ୟରେ ଏହାକୁ ୬ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି। ଖୁବ୍ ଭାଇରାଲ ହେଉଥିବା ଏହି ଗୀତରେ ଲୋକମାନେ ଭରପୂର କମେଣ୍ଟ ବି ଦେଉଛନ୍ତି। ଏଥିରୁ ହିଁ ଅନ୍ଦାଜ ଲଗାଇପାରୁଥିବେ ଏହି ଗୀତର ଲୋକପ୍ରିୟତା କେତେ ।

 ନିକଟରେ ସନି ଲିଓନିଙ୍କ ଅଭିନୀତ ଏକ ଗୀତ ‘ମଧୁବନ ମେ ରାଧିକା ନାଚେ’ ବିବାଦ ମଧ୍ୟକୁ ଠେଲି ହୋଇଯାଇଥିଲା। ଏହି ଗୀତ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଉଥିବା ଅଭିଯୋଗ କରି କିଛି ଲୋକ ଏନେଇ ଥାନାରେ ବି ମାମଲା ରୁଜୁ କରିଥିଲେ। ବିବାଦ ବଢ଼ିବାରୁ ନିର୍ମାତା ପରେ ଗୀତର ଲିରିକ୍ସରେ କିଛି ପରିବର୍ତ୍ତନ କରିଥିଲେ। ପରେ ମାମଲା ଥଣ୍ଡା ପଡ଼ିଥିଲା।

z

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login